
ନୂଆପଡା (ମିଖାଏଲ ନନ୍ଦ) :
ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଚିଚେର ଗ୍ରାମର ଏକ ଜମି ରେ ମିଳିଛି ଅର୍ଦ୍ଧ ନଗ୍ନ ଶବ। ମୃତ ବ୍ୟକ୍ତି ଜଣଙ୍କ ମଣ୍ଡୋଶିଳ ଗ୍ରାମ ର ଯୁବକ ବ୍ୟବସାୟୀ ଦିନ ପାନ। ଖଡ଼ିଆଳ ବୋଡ଼େନ ଛକ ରୁ ଗଡରାମୁଣ୍ଡା ସଡ଼କ ମଧ୍ୟରେଏକ ମାଂସ ଦୋକାନ କରି ତାର ଗୁଜୁରାଣ ମେଣ୍ଟାଉଥିଲେ। ସେ ବିଭିନ୍ନ ଲୋକଙ୍କ ଠାରୁ ଛେଳି ଆଣି ମାଂସ କାଟି ବିକ୍ରି କରୁଥିଲା ବେଳେ ଆଜି ସକାଳେ ତାର ମୃତ୍ୟ ଦେହ ଖଡ଼ିଆଳ ବ୍ଲକ ନେହେନା ପଂଚାୟତ ଅନ୍ତର୍ଗତ ଚି଼ଚେର ଗାଁ ର ଏକ ଜମିରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅଞ୍ଚଳର କିଛି ବ୍ୟକ୍ତି ଖଡ଼ିଆଳ ପୋଲିସ କୁ ସୂଚନା ଦେଇଥିବା ବେଳେ ଖବର ପାଇଁ ଖରିଆର ପୋଲିସ ଘଟଣା ସ୍ଥଳ ରେ ପହଁଛି ମୃତଦେହ ଜବତ କରିବା ସହ ପ୍ରାଥମିକ ତଦନ୍ତ କରୁଛିନ୍ତି। ଘଟଣା ସ୍ଥଳ ରେ ନୂଆପଡ଼ା ଏସପି ଜିଆର ରାଘବେନ୍ଦ୍ର ଆସି ଘଟଣା ତଦନ୍ତ କରିଛନ୍ତି।ନୂଆପଡା ଆରକ୍ଷୀ ଅଧିକ୍ଷକ ଙ୍କ ସୂଚନା ଅନୁସାରେ ସାଇଣ୍ଟିକଫିକ ଟିମ ଆସି ଅଧିକ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି ।ଯାହା ତାଙ୍କ ସମ୍ପର୍କୀୟ କହିବା କଥା ଛେଳି ବ୍ୟବସାୟ ପଇସାକୁ ନେଇ ହତ୍ୟା କରାଯାଇଥିବା ସୂଚନା। ଘଟନସ୍ଥଳରେ ଖଡ଼ିଆଳ ଏଡିପିଓ, ଆଇଆଇସି ଦିଲ୍ଲୀପ ସାହୁ, ଏସଆଇ ଅଶୋକ କୁମାର ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ।