ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ): ସୋର ଉତ୍ତରେଶ୍ୱର ରେଳ ଉଡନ୍ତା ପୋଲ ତଳେ ରାତି ହେବା କ୍ଷଣି ଅସାମାଜିକ ଲୋକ ମାନେ ନିଶା ବ୍ୟବସାୟ କରିବା ସହିତ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ତତ୍ ସହିତ ପୋଲ ତଳ ଦୋକାନୀ ମାନେ ଦୋକନରୁ ବାହାରୁଥିବା ଆବର୍ଜନାକୁ ଡ୍ରେନରେ ପକାଇବା ଦ୍ୱାରା ଡ୍ରେନରେ ପାଣି ନିଷ୍କାସନ ହୋଇପାରୁନାହିଁ ।ପୋଲର ସ୍ଥାୟୀତ୍ୱ ଏବଂ ସୋର ରେଳ ଷ୍ଟେସନକୁ ଯାତାୟତ ପାଇଁ ଏହା ଏକ ମୁଖ୍ୟ ରାସ୍ତା ହୋଇଥିବା ବେଳେ ଦୋକାନୀ ମାନଙ୍କ ମନମୁଖୀ କାମକୁ ନେଇ କିଛି ବୁଦ୍ଧିଜିବୀ ସୋର ତହସିଲ, ପୌରପାଳିକା ଓ ପୁର୍ତ୍ତ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁର୍ତ୍ତ ବିଭାଗ, ସୋର ତହସିଲ ଓ ପୌରପାଳିକା ପକ୍ଷରୁ ମିଳିତ ଭାବେ ଆସନ୍ତା ୧୧ ତାରିଖରେ ଏହି ଉଚ୍ଛେଦ କରାଯିବ ବୋଲି ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି। ଉଚ୍ଛେଦ ପରେ ପୁର୍ତ୍ତ ବିଭାଗ ପକ୍ଷରୁ ବାରିକେଟ ମାଧ୍ୟମରେ ଏହି ପୋଲ ତଳକୁ ଆବଦ୍ଧ କରାଯିବା ବୋଲି ଜଣାପଡିଛି।