
କାମାକ୍ଷାନଗର (ଗୋକୁଳାନନ୍ଦ ବେହେରା) – ନିଜ ଏସବିଆଇ ୟୋନୋ ଆକାଉଣ୍ଟ ର ପାସୱାର୍ଡ ଚେଞ୍ଜ କରୁଥିବା ବେଳେ ଡିଜିଟାଲ ଠକେଇ ର ଶିକାର ହେଲେ ବୟସ୍କ ନାଗରିକ l ଆକାଉଣ୍ଟ ରୁ କଟିଗଲା ୫ଲକ୍ଷ ୪୯ ହଜାର ୯ ଶହ ୯୫ ଟଙ୍କା l ଏପରି ଦେଖିବାକୁ ମିଳିଛି କାମାକ୍ଷାନଗର ସହର ର ୬ ନମ୍ବର ୱାର୍ଡ ରେ l କୀର୍ତ୍ତନ ବିଶ୍ୱାଳ ନାମକ ଜଣେ ବୟସ୍କ ନାଗରିକ ନିଜ ମୋବାଇଲ ରେ ୟୋନୋ ଆକାଉଣ୍ଟ ର ପାସୱାର୍ଡ ପରିବର୍ତ୍ତନ କରିବାକୁ ଚାଁହୁଥିଲେ l ସେ ନିଜ ମୋବାଇଲ ରେ ଏ ସମ୍ପର୍କ ରେ ଦେଖୁଥିବା ବେଳେ ତାଙ୍କ ଫୋନ କୁ ଏକ ଲିଙ୍କ ଆସିଥିଲା l ପରେ ଉତ୍ସୁକତା ବଶତଃ କୀର୍ତ୍ତନ ସେହି ଲିଙ୍କ କୁ ଖୋଲିବା ପରେ ତାହା ୟୋନୋ କଷ୍ଟମର କେୟାର ତରଫରୁ ହୋଇଥିବା ନେଇ ସୂଚନା ମିଳିଥିଲା l ଏଥିରେ ନିଜ ଆଧାରକାର୍ଡ, ବ୍ୟାଙ୍କ ପାସବୁକ ନମ୍ବର ଇତ୍ୟାଦି ପ୍ରଦାନ କଲେ ୟୋନୋ ଆକାଉଣ୍ଟ ର ପାସୱାର୍ଡ ପରିବର୍ତ୍ତନ ହୋଇପାରିବା ନେଇ ମେସେଜ ଆସିଥିଲା l ମେସେଜ ଅନୁସାରେ କ୍ଲିକ କରିବା ପରେ କୀର୍ତ୍ତନ ଙ୍କ whatsapp ରେ ୟୋନୋ ଲୋଗୋ ଥିବା ଏକ ମେସେଜ ଆସିବା ସହ ଏକ ଅଜଣା ନମ୍ବର ରୁ ତାଙ୍କୁ ଫୋନ ଆସିଥିଲା l ଫୋନ ରିସିଭ କରିବାର କିଛି ସମୟ ପରେ କୀର୍ତ୍ତନ ଙ୍କ ୟୋନୋ ଆକାଉଣ୍ଟ ର ପାସୱାର୍ଡ ପରିବର୍ତ୍ତନ ହୋଇଥିବା ବେଳେ ହଟାତ ତାଙ୍କ ଫୋନ ହ୍ୟାକ ହୋଇ ଯାଇଥିଲା l ଫଳରେ ଫୋନ କୁ କୌଣସି କଲ କିମ୍ବା ମେସେଜ ଆସିପାରିନଥିଲା l ଏ ବିଷୟରେ ଜାଣିବା ପରେ କୀର୍ତ୍ତନ ନିକଟରେ ଥିବା ଏକ ମୋବାଇଲ ଦୋକାନ କୁ ଯାଇ ନିଜର ଫୋନ ମରାମତି କରାଇବା ପରେ ତାଙ୍କ ଆକାଉଣ୍ଟ ରୁ ତିନିଥର ରେ ୫ ଲକ୍ଷ ୪୯ ହଜାର ୯ ଶହ ୯୫ ଟଙ୍କା କଟିଯାଇଥିବା ସେ ଜାଣିବାକୁ ପାଇଥିଲେ l ଏହା ଜାଣିବାପରେ ସେ ତୁରନ୍ତ ନିକଟରେ ଥିବା ଏସବିଆଇ ଶାଖା କୁ ଯାଇ ନିଜ ଆକାଉଣ୍ଟ ର ଷ୍ଟେଟମେଣ୍ଟ ଆଣିବା ସହ ଆକାଉଣ୍ଟ କୁ କ୍ଲୋଜ କରାଇଥିଲେ l ଆକାଉଣ୍ଟ ରୁ ଟଙ୍କା କଟିବାନେଇ ଜାଣିବାପରେ ସେ ଡିଜିଟାଲ ଠକେଇ ର ଶିକାର ହୋଇଥିବା ଜାଣିପାରି ତୁରନ୍ତ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି l ଏ ସମ୍ପର୍କ ରେ ପୋଲିସ ସାଇବର କେସ କରି ଅଧିକ ତଦନ୍ତ ଆରମ୍ଭ କରିଛି l