
ବିଶ୍ୱନାଥ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ସୋର: ସୋର ବ୍ଲକ ମହୁମୁହାଣ ବିଶ୍ୱନାଥ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ଗୋପୀନାଥ ଭୋଳଙ୍କ ଅଧ୍ୟକ୍ଷତାରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇ ବିଶ୍ୱ ପରିବେଶ ସନ୍ତୁଳନକୁ ସୁରକ୍ଷା ଦେବା ସହିତ ମଣିଷ ଜୀବନର ପରମ ସାଥି ହେଲା ବୃକ୍ଷ, ଏଥିପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ରୋପଣ କରିବା ସକାସେ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ଶିକ୍ଷକ ରଂଜନ କୁମାର ଦେ, ଆଶିଷ କୁମାର ମିଶ୍ର ଏଉପସ୍ଥିତ ରହି ବୃକ୍ଷର ଉପକାରିତା ଉପରେ ଆଲୋଚନା କରିଥିଲେ। ଏହାପରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତି ର ଗଛଚାରା ପିଲାମାନଙ୍କ ଦ୍ୱାରା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ମଞ୍ଜୁଲତା ବାରିକ, ଅହଲ୍ୟା ବେହେରା, ପ୍ରଶାନ୍ତ ବେହେରା, ଗିରିଧାରୀ ସାହୁ, ପ୍ରଦ୍ୟୁମ୍ନ ପାଲ ଏବଂ ଅନ୍ୟ ଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିଲେ।