ମାଥିଲି ବ୍ଲକ୍ ଶିକ୍ଷା ଅଧିକାରୀ (BEO) ଓ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କ ବିରୋଧରେ ମିଥ୍ୟା ଅଭିଯୋଗ!
ଶିକ୍ଷକ ପଦୋନ୍ନତି ବିବାଦରେ ଉଭୟ ଶିକ୍ଷା ଅଧିକାରୀଙ୍କୁ ଟାର୍ଗେଟ୍; ସରକାରୀ ଦସ୍ତାବିଜ୍ ଓ ତଥ୍ୟ ଯାଞ୍ଚରୁ ସାମ୍ନାକୁ ଆସୁଛି ଭିନ୍ନ ଚିତ୍ର
ମାଲକାନଗିରି: ମାଥିଲି ବ୍ଲକ୍ରେ Level-V(B) ରୁ Level-IV (Graduate Teacher) ପଦୋନ୍ନତିକୁ ନେଇ ଗତ କିଛି ଦିନ ଧରି ଶିକ୍ଷକ ମହଲରେ ଚର୍ଚ୍ଚା ଓ ଅସନ୍ତୋଷ ଦେଖାଦେଇଛି। ଏହି ପ୍ରସଙ୍ଗରେ ମାଥିଲିର ଭାରପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀ (BEO) ଓ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କ ବିରୋଧରେ ମଧ୍ୟ ବିଭିନ୍ନ ଅଭିଯୋଗ ଉଠୁଛି। କିନ୍ତୁ ଏହି ଘଟଣାର ପୃଷ୍ଠଭୂମି ଓ ଉପଲବ୍ଧ ସରକାରୀ ଦସ୍ତାବିଜ୍କୁ ଅନୁଧ୍ୟାନ କଲେ ଏକ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି।
୨୫ ଜଣ ଶିକ୍ଷକଙ୍କ ମାମଲାକୁ ନେଇ ବିବାଦ
ସୂଚନା ଅନୁଯାୟୀ, ଗ୍ରେଡେସନ୍ ତାଲିକାରେ ଶିକ୍ଷକମାନଙ୍କ ପ୍ରଥମ ଯୋଗଦାନ ତାରିଖକୁ ନେଇ ପ୍ରାୟ ୨୫ ଜଣ ଶିକ୍ଷକ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମାମଲା ଦାଏର କରିଥିଲେ। ଏହି ବିବାଦର ମୁଖ୍ୟ ବିଷୟ ଥିଲା ପ୍ରକୃତ ଯୋଗଦାନ ତାରିଖ ୩୦/୦୩/୨୦୧୧ ପରିବର୍ତ୍ତେ ୦୨/୦୪/୨୦୧୧ ଭାବେ ଉଲ୍ଲେଖ ହୋଇଥିବା ପ୍ରସଙ୍ଗ।
ପରବର୍ତ୍ତୀ ସମୟରେ କିଛି ଶିକ୍ଷକ ନିଜର ଯୋଗଦାନ ସମ୍ପର୍କିତ ତଥ୍ୟକୁ ପୁନଃ ଅନୁଧ୍ୟାନ କରି ୦୨/୦୪/୨୦୧୧ ତାରିଖକୁ ନିଜର ଯୋଗଦାନ ତାରିଖ ଭାବେ ଗ୍ରହଣ କରି ମାମଲା ପ୍ରତ୍ୟାହାର କରିଥିବା ସୂଚନା ମିଳିଛି। ଏଥିରେ ପ୍ରାୟ ୧୦ ଜଣ ଶିକ୍ଷକ ସାମିଲ ଥିବା ଜଣାପଡ଼ିଛି। ଏଥିସହ ପୂର୍ବରୁ ଗ୍ରହଣ କରିଥିବା ବକେୟା ଦରମା ବା Arrear ଅର୍ଥ ମଧ୍ୟ DPC ଆକାଉଣ୍ଟକୁ ଫେରସ୍ତ କରିଥିବା ସୂଚନା ମିଳିଛି।
ଆଉ ୩ ଜଣ ଶିକ୍ଷକଙ୍କ Increment ପ୍ରସଙ୍ଗ
ଏହି ପ୍ରସଙ୍ଗରେ ଆଉ ୩ ଜଣ ଶିକ୍ଷକ ମଧ୍ୟ ସମାନ ୦୨/୦୪/୨୦୧୧ ଯୋଗଦାନ ତାରିଖକୁ ଗ୍ରହଣ କରିଥିବା ସହ ଦୀର୍ଘ ପ୍ରାୟ ୪ ବର୍ଷ ଧରି ବକେୟା ରହିଥିବା Increment ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଏହି Increment ପ୍ରସଙ୍ଗ ମଧ୍ୟ ପ୍ରଶାସନିକ ନିଷ୍ପତ୍ତି ଅପେକ୍ଷାରେ ରହିଛି। ତେଣୁ ଯୋଗଦାନ ତାରିଖ, ଗ୍ରେଡେସନ୍ ଓ ପଦୋନ୍ନତି ସମ୍ପର୍କିତ ସମସ୍ତ ତଥ୍ୟର ଯାଞ୍ଚ ଅତ୍ୟନ୍ତ ଜରୁରୀ।BEOଙ୍କ ଚିଠିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟଏହି ବିବାଦ ମଧ୍ୟରେ ମାଥିଲି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୨୫ ନଭେମ୍ବର ୨୦୨୬ ତାରିଖରେ ଚିଠି ନମ୍ବର ୪୭୦୩/୨୦୨୬ ମାଧ୍ୟମରେସମ୍ପୃକ୍ତବିଦ୍ୟାଳୟରପ୍ରଧାନଶିକ୍ଷକମାନଙ୍କୁ ୧୫ ଜଣ ଶିକ୍ଷକଙ୍କ ସମ୍ପର୍କିତ ମୂଳ ଦସ୍ତାବିଜ୍ ତିନି ଦିନ ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି।ଏଥିରେ ଶିକ୍ଷକମାନଙ୍କ ପ୍ରଥମ ନିଯୁକ୍ତି ସମୟରେ SS ଭାବେ ଯୋଗଦାନ ରିପୋର୍ଟ, ମାର୍ଚ୍ଚ ଓ ଏପ୍ରିଲ୍ ୨୦୧୧ ମାସର ଶିକ୍ଷକ ଉପସ୍ଥାନ ରେଜିଷ୍ଟର, ଉକ୍ତ ଦୁଇ ମାସର Monthly M.R. Report ଏବଂ ଶିକ୍ଷକମାନଙ୍କ History Sheet ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।ଏହି ଚିଠିର ଏକ ନକଲ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ-ତଥା-DPCଙ୍କ ନିକଟକୁ ମଧ୍ୟ ଆବଶ୍ୟକୀୟ ତଥ୍ୟ ଓ ପଦକ୍ଷେପ ପାଇଁ ପଠାଯାଇଛି।ଏଥିରୁ ଜଣାପଡ଼ୁଛି ଯେ ଯୋଗଦାନ ତାରିଖ ଓ ଗ୍ରେଡେସନ୍ ସମ୍ପର୍କିତ ବିବାଦର ସମାଧାନ ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀ ମୂଳ ସରକାରୀ ରେକର୍ଡ ସଂଗ୍ରହ କରି ତଥ୍ୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି।ଅଧିକାରୀଙ୍କ ବିରୋଧରେ ଅଭିଯୋଗ ପୂର୍ବରୁ ତଥ୍ୟ ଯାଞ୍ଚ ଜରୁରୀଏପରି ସ୍ଥିତିରେ ମାଥିଲିର ଭାରପ୍ରାପ୍ତ BEO ଓ ମାଲକାନଗିରି ଜିଲ୍ଲା DEOଙ୍କ ବିରୋଧରେ ଉଠୁଥିବା ଅଭିଯୋଗର ସତ୍ୟତା ନିରପେକ୍ଷ ଭାବେ ଯାଞ୍ଚ ହେବା ଆବଶ୍ୟକ। ମୂଳ ଦସ୍ତାବିଜ୍ ଯାଞ୍ଚ ଓ ସରକାରୀ ନିୟମର ଅନୁପାଳନ ପୂର୍ବରୁ କୌଣସି ଅଧିକାରୀଙ୍କୁ ଦୋଷୀ ଭାବେ ଚିତ୍ରଣ କରିବା ଉଚିତ ନୁହେଁ।ଶିକ୍ଷକଙ୍କ ପଦୋନ୍ନତି ଏକ ନ୍ୟାୟସଙ୍ଗତ ଅଧିକାର। କିନ୍ତୁ ଏହାର ସମାଧାନ ଅଭିଯୋଗ, ଆରୋପ-ପ୍ରତ୍ୟାରୋପ କିମ୍ବା ଅପପ୍ରଚାର ମାଧ୍ୟମରେ ନୁହେଁ; ବରଂ ମୂଳ ସରକାରୀ ରେକର୍ଡ, ସଠିକ୍ ତଥ୍ୟ, ପ୍ରଚଳିତ ସରକାରୀ ନିୟମ ଓ ମାନ୍ୟବର ନ୍ୟାୟାଳୟଙ୍କ ଆଦେଶ ଆଧାରରେ ହେବା ଆବଶ୍ୟକ।
