ନୂଆପଡା(ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ ଲୋହରାପାଲି ଉଚ୍ଚ ମାଧ୍ୟମିକ ସ୍କୁଲ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ ଶିକ୍ଷୟତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ସଚେତନ ଶିବିର ରେ ବର୍ତ୍ତମାନ ସମାଜ, ମହିଳାଙ୍କ ପ୍ରତି ବ୍ୟଭିଚାର, ଦୁର୍ବ୍ୟବହାର ଏବଂ ସୁରକ୍ଷିତ ନଥିବା ବେଳେ କର୍ମ କ୍ଷେତ୍ରରେ ମହିଳା ଶିକ୍ଷୟତ୍ରୀଙ୍କୁ ଆବଶ୍ୟକ ସୁରକ୍ଷା, ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ସହ ସମକକ୍ଷ ହେବାର ସୁଯୋଗ ସୃଷ୍ଟି କରିବାକୁ ଆହ୍ବାନ କରିଛନ୍ତି। ଏହି ସଚେତନ ଶିବିର ଜିଲ୍ଲାର ବହୁ ମହିଳା ଶିକ୍ଷକ ଯୋଗ ଦେଇ ନିଜ ଶିକ୍ଷାଦାନ ବ୍ୟବସ୍ଥା ଉପରେ ଉପଯୁକ୍ତ ପରିବେଶ ଏବଂ ବାତାବରଣ ଆଣିବାକୁ ଆହ୍ବାନ କରିଥିଲେ। ଓଷ୍ଟା ସଂଘ ସଭାପତି ବନ୍ ବିହାରୀ ମେହେର, ଓଷ୍ଟା ସଂଘ ସଂପାଦକ ରବୀନ୍ଦ୍ର ନାଥ ଯୋଷୀ, ଡ଼.ସୁଶାନ୍ତ କୁମାର ବିଶି, ବରିଷ୍ଠ ଶିକ୍ଷକ ବିଜୟ କୁମାର ସାହୁ, ରାଜ୍ୟ ପ୍ରତିନିଧି ରୂପେ ଯୁଗପ୍ରଭା ସାମଲ, ଓଷ୍ଟା ଉପସଭାପତି ମମତା ପତି ଯୋଗ ଦେଇ ମହିଳାଙ୍କ ସମାନତା ଏବଂ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଶିକ୍ଷୟତ୍ରୀ କିମ୍ବା ମହିଳା ଛାତ୍ରୀ ହୁଅନ୍ତୁ ସଭିଙ୍କ ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ଅଧିକାର ରହିଥିବା ପ୍ରକାଶ କରିଛନ୍ତି।
