ଚିକିଟି (ସୁରଜିତ ରାଉଳ) : ବୃକ୍ଷ ରୋପଣ କୁ ପ୍ରତ୍ୟେକ ସମୟରେ ପ୍ରଧାନ୍ୟ ଦିଆଯାଇଛି କାରଣ ବୃକ୍ଷ ରହିଲେ ହିଁ ସଭ୍ୟତା ରହିବ ଅତଏବ ବୃକ୍ଷ ରୋପଣ ଏକ ଜାତୀୟ କର୍ତ୍ତବ୍ୟ । ଏହି ମନୋଭାବ ପୋଷଣ କରି ସେବା ସଂସ୍ଥାନ ତାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଆଗକୁ ନେଇଛି । ଛସ୍ତରୀତମ ବନମହୋତ୍ସବ ଅବସରରେ ପୁରୁଣା ମୈଶାନପୁର ରାସ୍ତାରେ ତିରିଶି ଗୋଟି ବିଭିନ୍ନ ପ୍ରକାରର ଚାରାରୋପଣ ହୋଇଥିଲା ସେଥିରେ ସେବା ସଂସ୍ଥାନ ର କିଛି ସଭ୍ୟ ଯଥା ଦୁର୍ଗା ବେହେରା।,ନିଳାଞ୍ଚଳ ବେହେରା,ଦୟାନିଧି ବେହେରା, ବି. ପ୍ରକାଶ , ସୁନିଲ୍ ବେହେରା, ରୁଦ୍ର ପ୍ରାସାଦ ରାଉଳ, ସୂର୍ଯ୍ୟ ସାହୁ, କେଦାର ପଣ୍ଡା, କେ.ଶିବ, ରଞ୍ଜନ ସାହୁ, ଅଂଶୁମାନ ରାଉଳ, କେ.ସୁନିଲ୍, ଦୀପକ୍ ବେହେରା ଙ୍କ ସହ ଉକ୍ତ ଗ୍ରାମର କିଛି ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଓ ଏଥିରେ ଅତିଥି ରୂପେ ସାମନ୍ତିଆପଲି ବଣପାଳ ଓ ସୁରଙ୍ଗି ବଣପାଳ ସହ ତାଙ୍କ ସହକର୍ମୀ ଯୋଗଦାନ କରି ବୃକ୍ଷରୋପଣ ବିଷୟରେ ନିଜର ମନ୍ତବ୍ୟ ରଖିଥିଲେ, ସେବା ସଂସ୍ଥାନ ଏହିଭଳି ସମାଜ କଲ୍ୟାଣ କାର୍ଯ୍ୟକ୍ରମ କୁ ଜାରି ରଖିଥିବାରୁ ସମସ୍ତ ମହଲରୁ ପ୍ରାଶଂସା ସାଉଁଟିବାରେ ସକ୍ଷମ ହୋଇପାରିଛି।
