ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋର ବ୍ଲକ ଅନ୍ତର୍ଗତ ସାରସ୍ୱତ ମହାବିଦ୍ୟାଳୟ ଅନନ୍ତପୁର ପରିସର ରେ “ଛାତ୍ରୀ ସୁରକ୍ଷା କର୍ମଶାଳା” ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଡମ୍ବରୁଧର ଭୋଳ ସଭାପତିତ୍ବ କରିଥିଲେ । ଏହି କର୍ମଶାଳାରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ମୁଖ୍ୟ ଅଧ୍ୟାପିକା ସେବତୀ ପୁହାଣ, ଡ଼ ରଶ୍ମି ନାୟକ, ସୁଶ୍ରୀ ସଂଗୀତା ମହାପାତ୍ର, ଦେବାଶିଷ ରାଉତ ,ମହାବିଦ୍ୟାଳୟର ଛାତ୍ରୀ ଯାମିନୀ ପ୍ରଧାନ, ବିତାଶା ରାଉତ ,କୌଶଲ୍ୟା ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇଂରାଜୀ ବିଭଗର ମୁଖ୍ୟ ଗୌରାଙ୍ଗ ଚନ୍ଦ୍ର ଦାସ, ଡ଼ ଗୟାଧର ମଲ୍ଲିକ ଏବଂ ଗୋପୀନାଥ ଦାଶ ପ୍ରମୁଖ ସହଯୋଗ କରିଥିଲେ। ମହାବିଦ୍ୟାଳୟର ଅଧକ୍ଷ ଡ଼ ଡମ୍ବରୁଧର ଭୋଳ ଛାତ୍ରୀମାନଙ୍କର ସୁରକ୍ଷା ଏବଂ ସେମାନଙ୍କର କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ। ଏହାବ୍ୟତୀତ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଦ୍ଵାରା ଉପଲବ୍ଧି ଶକ୍ତିଶ୍ରୀ ଆପ୍ ବିଷୟରେ ଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ଟୋଲ୍ ଫ୍ରି ନମ୍ବର ୧୮୧ ରେ ଅଭିଯୋଗ କରାଇବା ପାଇଁ ସୂଚନା ଦେଇଥିଲେ।
ଏହି କର୍ମଶାଳା ରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ,ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ |
