
ଧରଣୀଧର ବିଶ୍ୱ ବିଦ୍ୟାଳୟ ରେ ସ୍ଥାନୀୟ ମଞ୍ଜିରେ ମାଟିଗୁଳା ପ୍ରସ୍ତୁତି
ପ୍ରଶିକ୍ଷଣ….. ଫାଉଣ୍ଡେସନ ଫର ଏକଲୋଜିକାଲ ସ୍ୟୁକୁରିଟି (ଏଫ ଇ ଏସ ), କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର ର ମିଳିତ ସହଯୋଗ ରେ 18,19,20 ଜୁଲାଇ ତିନିଦିନ ଧରି ସ୍ଥାନୀୟ ମଞ୍ଜି କୁ ନେଇ ମାଟି ଗୁଳା ପ୍ରସ୍ତୁତି ପ୍ରଶିକ୍ଷଣ, ବିଶ୍ୱ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l କୁଳପତି ପ୍ରଫେସର ଡକ୍ଟର ପ୍ରତାପ ଚନ୍ଦ୍ର ମହାନ୍ତି ଉଦ୍ଘାଟନୀ ଦିବସରେ ଅଧକ୍ଷତା କରି, ମଞ୍ଜି ମାଟି ଗୁଳା ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଆହ୍ୱାନ ଦେଇ ଥିଲେ l NSS, NCC ଓ ଜୁବ ରେଡ କ୍ରସ ର 152ଜଣ ଛାତ୍ର ଛାତ୍ରୀ ଶିବିର ଭାଗ ନେଇ 5062 ଟି ମାଟି ଗୁଳା ତିଆରି କରି ଥିଲେ l ଦ୍ୱତୀୟ ଦିନ ଶିବିରା ର୍ଥୀ ମାନେ ବସ ଯୋଗେ ବାଂଶପାଳ ବ୍ଲକ ବିଭିନ୍ନ ଗ୍ରାମକୁ ଯାଇ ବନବାସୀ ଓ ଆଦିବାସୀ ମାନଙ୍କ ଶହ ମିଶି ଜଙ୍ଗଲ ରେ ମାଟି ଗୁଳା ଫୋପାଡ଼ି ଥିଲେ l ଶିବିର କାଳ ମଧ୍ୟ୍ୟ ରେ ମୁଖ୍ୟ ଅତିଥି ଭାବରେ ଡିଫଓ ଧନରାଜ ଏଚ ଡି, ମୁଖ୍ୟ ବକ୍ତା ଭାବରେ କେଦାର ସ୍ୱର ଚୌଧୁରୀ, ଵକ୍ତା ଭାବରେ ଡ଼କ୍ଟର ବିମ୍ବାଧର ବେହେରା, ପାରବେଶବିତ ବକ୍ତ ବାତ୍ସଳ ମହାନ୍ତି, NSS ବିୟୁରୋ ଡ଼କ୍ଟର ସରିତା ଅନୁପ, ପିଜି କlଉଁସିଲ ଚେୟାରମ୍ୟାନ ପ୍ରଫେସର ପ୍ରଭୁପାଦ ଦାସ, ଏଫ ଇ ଏସ ଦଳପତି ସୂର୍ଯ୍ୟସିଙ୍ଗ ସୋରେନ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ମାଟି ଗୁଳା ପ୍ରସ୍ତୁତି ର ଆବଶ୍ୟକ ତା ଓ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ବକ୍ତବ୍ୟ ରଖି ଥିଲେ l ଏଫ ଇ ଏସ ର ସାସ୍ୱତିକ ତ୍ରିପାଠୀ, ସୁମିତ ବlସା, ବର୍ଷା ରାଣୀ ବାରିକ, ବିଜୟିନୀ ମହାନ୍ତି, କୁନାମୀ ମାଝୀ ଓ NSS ପ୍ରୋଗ୍ରାମ ଅଫିସର ଦିନେଶ କୁମାର ମହାରଣା ପ୍ରମୁଖ ମାଟି ଗୁଳା ପ୍ରସ୍ତୁତି ପ୍ରଶିକ୍ଷଣ ପ୍ରଦାନ କରି ଥିଲେ l ପ୍ରଶିକ୍ଷଣ ଶେଷରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସାଟିଫିକେଟ ବଣ୍ଟନ କରା ଯାଇ ଥିଲା l ଶିବିର ସ୍ଥଳ ରେ ଜଙ୍ଗଲ ସୃଷ୍ଟି ପାଇଁ ମଞ୍ଜି ପ୍ରଦର୍ଶନୀ ଓ ଜୈବବିବିଧତା ର ଛବି ପ୍ରଦର୍ଶିତ କରାଯାଇଥିଲା l