ସାଂସଦ ମାଳବିକା ଦେବୀଙ୍କ ପକ୍ଷରୁ ୧୩ଟି ବ୍ଲକ ପାଇଁ ସାଂସଦ ପ୍ରତିନିଧି ନିଯୁକ୍ତ
ଭବାନୀପାଟଣା:କଲାହାଣ୍ଡି କିଶନ ଶର୍ମା)- କଳାହାଣ୍ଡିର ମାନନୀୟା ସାଂସଦ ଶ୍ରୀମତୀ ମାଳବିକା ଦେବୀ ଜିଲ୍ଲାର ୧୩ଟି ବ୍ଲକ ପାଇଁ ନିଜର ସାଂସଦ ପ୍ରତିନିଧି ମଣ୍ଡଳୀ ଘୋଷଣା କରିଛନ୍ତି। ତୃଣମୂଳ ସ୍ତରରେ ସାଂସଦଙ୍କ କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସମସ୍ୟା ଓ ସରକାରୀ ଯୋଜନାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ନିଯୁକ୍ତି ଦିଆଯାଇଛି।
ଘୋଷିତ ପ୍ରତିନିଧିମାନଙ୍କ ନାମ ନିମ୍ନରେ ଦିଆଗଲା।
୧. ଭବାନୀପାଟଣା ପୌରପାଳିକା –ସନ୍ତୋଷ କୁମାର ବିଶି
୨. ଜୁନାଗଡ଼ ବ୍ଲକ – ମୁକେଶ ଅଗ୍ରୱାଲ
୩. ଲାଞ୍ଜିଗଡ଼ ବ୍ଲକ – କେଶରୀ ଦୁର୍ଗା
୪. ଥିଆମୁଲ ରାମପୁର– ପବିତ୍ର ନାୟକ
୫. କଲମପୁର ବ୍ଲକ – ଅରୁଣ ଜଗରିଆ
୬. ନାର୍ଲ ବ୍ଲକ – ଅନିରୁଦ୍ଧ ପ୍ରଧାନ
୭. ମଦନପୁର ରାମପୁର ବ୍ଲକ – ପଦ୍ମଲୋଚନ ମିଶ୍ର
୮. କେସିଙ୍ଗା ବ୍ଲକ – ଗଜେନ୍ଦ୍ର ଭୋଇ
୯. କୋକସରା ବ୍ଲକ – ପ୍ରୋମୋଦ ପ୍ରଧାନୀ
୧୦. ଜୟପାଟଣା ବ୍ଲକ – ଜଗନ୍ନାଥ ମାଝୀ
୧୧. ଗୋଲାମୁଣ୍ଡା ବ୍ଲକ – ପ୍ରସନ୍ନ ରାଉତ
୧୨, ଧର୍ମଗଡ ବ୍ଲକ – ଲକ୍ଷ୍ମୀକାନ୍ତ ବାଗ
୧୩ . କେସିଙ୍ଗା ଏନ୍ ଏସ ସି – ବଣ୍ଟି ଜୈନ
୧୪ .ଜୁନାଗଡ଼ ଏନ୍ ଏସ ସି – ପ୍ରମୋଦ ଗୋଏଲ
୧୫. ଭବାନୀପାଟଣା – ଅନାମ ନାଏକ
ଏହି ଅବସରରେ ସାଂସଦଙ୍କ ବାସଭବନରେ ଏକ ସ୍ୱତନ୍ତ୍ର ସ୍ୱାଗତ ସମାରୋହ ଆୟୋଜିତ ହୋଇଥିଲା। ନବନିଯୁକ୍ତ ସମସ୍ତ ସାଂସଦ ପ୍ରତିନିଧିଙ୍କୁ ସାଂସଦ ଶ୍ରୀମତୀ ମାଳବିକା ଦେବୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।
ସାଂସଦଙ୍କ ଅନୁପସ୍ଥିତିରେ ଏହି ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳରେ ଜନସାଧାରଣଙ୍କ ସହ ସମନ୍ୱୟ ରକ୍ଷା କରିବା ସହ ଲୋକଙ୍କ ସମସ୍ୟାକୁ ସାଂସଦଙ୍କ ନିକଟରେ ପହଞ୍ଚାଇବେ। ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସାଂସଦଙ୍କ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ତୃଣମୂଳ ସ୍ତରରେ ଲୋକଙ୍କୁ ଅବଗତ କରାଇବା ସହ ଜନସେବାରେ ସକ୍ରିୟ ଭାଗୀଦାରି ହେବାକୁ ସାଂସଦ ପରାମର୍ଶ ଦେଇଥିଲେ।
ଏହି ନୂତନ ନିଯୁକ୍ତି ଦ୍ୱାରା ଜିଲ୍ଲାରେ ସାଂସଦଙ୍କ ଜନସମ୍ପର୍କ ଓ ବିକାଶମୂଳକ କାର୍ଯ୍ୟ ଅଧିକ ଗତିଶୀଳ ହେବ ବୋଲି ଆଶା ପ୍ରକାଶ ପାଇଛି।
