ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ବି. ଜେ. ଡ଼ି. ପକ୍ଷ ରୁ ଜନ ସମ୍ପର୍କ ପଦଯାତ୍ରା
ହରଭଙ୍ଗା (10.9.2026) କୃଷ୍ଣ ସିଂହ ଙ୍କ ରିପୋର୍ଟ
ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ବ୍ଲକ ର ଦୁର୍ଗମ ଅଞ୍ଚଳ ଗଣ୍ଡାପାଜୁ ଠାରୁ ବାଇସି ପଡା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି। ଜ଼ିଲ୍ଲା ବି. ଜେ. ଡ଼ି. ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇ ଥିବା ଏହି ପଦଯାତ୍ରା ରେ ବି. ଜେ. ଡ଼ି. ନେତା ସର୍ବ ଶ୍ରୀ ପଙ୍କଜ ସାହୂ, ସୁବୋଧ ପ୍ରଧାନ, ଅବକାଶ ସାହୂ, ଓ ରାଜ୍ୟସାଧା ରଣ ସମ୍ପାଦକ ଅଶୋକ ସାହୂ ଓ ସ୍ଥାନୀୟ ଯୁବ ନେତା ଦୀନେଶ ସାହୂ ପ୍ରମୁଖ ପଦଯାତ୍ରା ରେ ହଜାର ହଜାର କର୍ମୀ ଙ୍କ ସହ ଦଳୀୟ ପତାକା ବ୍ୟାନେର ଧରି ସାମିଲ ହୋଇଥିଲେ। ଡବଲ ଇଞ୍ଜିନ ସରକାର ଙ୍କ ବିଫଳତା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଇତ୍ୟାଦି କୁ ନେଇ ଜନସାଧାରଣ ଙ୍କ ପାଖକୁ ଯାଇଥିଲେ। ବି. ଜେ. ପି. ଦଳ ସରକାର କୁ ଆସିବା ପୂର୍ବରୁ ଲୋକ ଙ୍କୁ ଦେଇ ଥିବା ପ୍ରତିଶୃତି ପାଳନ ରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଯୁକ୍ତି ବାଢିଥିଲେ ଓ ଆଗାମୀ ପଂଚାୟତ ନିର୍ବାଚନ ରେ ବିଜୁ ଜନତା ଦଳ ପ୍ରାର୍ଥୀ ଙ୍କୁ ବିପୁଳ ପରିମାଣ ରେ ସମର୍ଥନ ଦେବାକୁ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ ଲୋକମାନଙ୍କୁ ନିବେଦନ କରିଥିଲେ।
