ଖୋ ଖୋ ପ୍ରତିଯୋଗିତାରେ ବରଗାଁ ସ୍କୁଲ ର ସଫଳତା
ବରଗଡ଼ :(ନି ପ୍ର )ବରଗଡ଼ ଉପକଣ୍ଠ ବରଗାଁ ର ସରକାରୀ ଉଚ୍ଚ ବିଦ୍ୟାଳୟ, ବରଗାଁ ଭଟଲି ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତା ରେ ବରଗଡ଼ ବ୍ଲକ ଚମ୍ପିୟାନ ହୋଇଥିବା ବେଳେ ୧୨ ଜଣ ଛାତ୍ରମାନଙ୍କ ମଧ୍ୟରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବରଗାଁ ର ୮ ଜଣ ଛାତ୍ର ଯୋଗଦାନ କରି ଏହି କୃତିତ୍ବ ହାସଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବରଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନଙ୍କର ଏହି ସଫଳତା ହାସଲ ପାଇଁ ଜିଲ୍ଲା ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ବରଗାଁ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀଯୁକ୍ତ ଗଣେଶ ବାରିକ ଛାତ୍ରମାନଙ୍କୁ ଏହି ସଫଳତା ପାଇଁ ମାର୍ଗ ଦର୍ଶନ କରିଥିବାରୁ ତାଙ୍କୁ ମଧ୍ୟ ଜିଲ୍ଲା ସ୍ତରରେ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା । ସରକାରୀ ଉଚ୍ଚ ବିଦ୍ୟାଳୟ,ବରଗାଁ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ଦାଶ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଗହଣ ରେ ଛାତ୍ର ମାନଙ୍କୁ ଟ୍ରଫି ପ୍ରଦାନ କରି ଉଚ୍ଚ ପ୍ରଶଂସିତ କରିବା ସଙ୍ଗେ ସଙ୍ଗେ ଜିଲ୍ଲା ଶିକ୍ଷା ବିଭାଗ କୁ ଧନ୍ୟବାଦ ଅର୍ପଣ କରିଥିଲେ ।
