*ପାଟଣାଗଡ ଉପଖଣ୍ଡ ସ୍ତରୀୟ ଫୁଟବଲ ମ୍ୟାଚ୍ ଉଦଯାପିତ*
(ଲୋଇସିଂହା ,ନି :ପ୍ର : ଦେବାଶିଷ ସିଂହ )
ବଲାଙ୍ଗିର = ଅଦ୍ୟ ତାରିଖ 06/11/2026 ଶନିବାର ଦିନ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଲରମ୍ଭା ଗ୍ରାମ ରେ ଆଦର୍ଶ ବୀଣାପାଣି କ୍ଲବ ଲରମ୍ଭl ପକ୍ଷରୁ ତା – 02/11/26 ରୁ ତା – 06/11/26 ପର୍ଯ୍ୟନ୍ତ ପଞ୍ଚ ଦିବସୀୟ ବ୍ଲକ ସ୍ତରୀୟ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ସେଠାରେ 16 ଟି ଦଳ ଅଂଶଗ୍ରହଣ କରିଥିଲେ, ସେଥି ମଧ୍ୟରୁ ସୁନାମୁଦି ,ରୁଗୁଡ଼ିମୁଣ୍ଡା, ତମିଆଁ, ଲରମ୍ଭା ଦଳ ଉତ୍ତମ ଖେଳ ପ୍ରଦର୍ଶନ କରି ସେମି ଫାଇନାଳରେ ପ୍ରବେଶ କରିଥିଲେ । ପ୍ରଥମ ସେମି ଫାଇନାଲ ସୁନାମୁଦି ଓ ରୁଗୁଡିମୁଣ୍ଡା ମଧ୍ୟରେ ଖେଲାଯାଇଥିଲା ll ସୁନାମୁଦି ଦଳ ଟାଇ ବ୍ରେକର ରେ 5-4 ଗୋଲ ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କଲେ ଓ ଦ୍ୱିତୀୟ ସେମି ଫାଇନାଲରେ ତମିଆଁ ଓ ଲରମ୍ଭା ଦଳ ମଧ୍ୟରେ ଖେଳାଯାଇଥିଲା ,ll ଲରମ୍ଭା ଦଳ 3-0 ଗୋଲରେ ବିଜୟୀ ହୋଇ ଫାଇନାଲ କୁ ପ୍ରବେଶ କରିଥିଲେ । ଫାଇନାଲ ଖେଳରେ ଲାରମ୍ଭା ଦଳ ଟାଇ ବ୍ରେକର ରେ 4-3 ଗୋଲରେ ସୁନାମୁଦି ଦଳ କୁ ହରାଇ ଚାମ୍ପିଅନ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ,ସ୍ଥାନୀୟ ସରପଞ୍ଚ ଓ ଗ୍ରାମର କେତେକ ସଭ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ କୁ ସରୋଜ ଭୋଇ ପରିଚାଳନା କରୁଥିଲେ । ପ୍ରତିଦିନ ଶହ ଶହ ଲୋକ ମ୍ୟାଚ୍ ଦେଖିଆସି ଖେଳାଳି ମାନଙ୍କୁ ଉତ୍ସାହିତ କରୁଥିଲେଏବଂ କମିଟିର ସଦସ୍ୟ ଏବଂ ଗାଁ ଲୋକ ମାନଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟଟି ସଫଳ ହେଲା ।
