ପରଜଙ୍ଗରେ ୩ଟି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ, ଭିସି ଜରିଆରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ପରଜଙ୍ଗ(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ଶିକ୍ଷା କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ସଫଳତାର ଫର୍ଦ୍ଦ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପରିବେଶ ଯୋଗାଇଦେବା ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩ଟି ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଚାନ୍ଦପୁର ପଂଚାୟତରେ ବିଧାୟକ ବିଭୁତି ଭୂଷଣ ପ୍ରଧାନ, କଙ୍କିଳୀ ପଂଚାୟତରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା ଏବଂ ଆଖୁଆପାଳ ପଂଚାୟତରେ ବ୍ଲକ ଉପାଧ୍ୟକ୍ଷା ଯଶସ୍ବୀନି ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେଵେ ଏହି ନୂତନ ଶିକ୍ଷାନୁଷ୍ଠାନର ନିର୍ମାଣ ତଥା ପଞ୍ଚାୟତର ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ୫ ରୁ ୮ କୋଟି ଟଙ୍କାର ଏକ ବୃହତ ଅନୁଦାନ ପ୍ରଦାନ କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଏବଂ କୋମଳମତି ଶିଶୁଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ପ୍ରକାଶ ପାଇଛି।ଏହି ଐତିହାସିକ ସଫଳତା ପାଇଁ ଆଖୁଆପାଳ, କଙ୍କିଳୀ ଓ ଚାନ୍ଦପୁର ଅଞ୍ଚଳବାସୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ଥାନୀୟ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ ଓ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କୁ ଧନ୍ୟବାଦ ଜଣାଯାଇଛନ୍ତି । ଏହା ସହ ଅଞ୍ଚଳର ବିକାଶ ପାଇଁ ଏହି ପ୍ରକଳ୍ପ ୩ଟି ଏକ ମାଇଲଖୁଣ୍ଟ ସାଜିବ ବୋଲି ସ୍ଥାନୀୟ ପ୍ରମୁଖ ପ୍ରତିକ୍ରିୟା ରଖିଛନ୍ତି।
