*କୁଡୁମୀ ସେନାର ସଂସ୍କୃତି ବଞ୍ଚାଅ ଅଭିଯାନ: ନବମ ବର୍ଷ ବାନ୍ଦନା ପରବ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ*
*ନଭେମ୍ବର ୧୫ରେ ବଡ଼ ଧରଣର ଆୟୋଜନ, ବିଭିନ୍ନ ରାଜ୍ୟରୁ ଆସିବେ କୁଡୁମୀ ନେତୃତ୍ୱ*
*ବଡ଼ଚାଟରା, ୩୧/୧୦ (ଭଞ୍ଜଦୂତ):* କୁଡୁମୀ ସେନା ପକ୍ଷରୁ ଚାଲିଥିବା ସଂସ୍କୃତି ପରମ୍ପରା ବଞ୍ଚାଓ ଅଭିଯାନ ଅନ୍ତର୍ଗତ ନବମ ବର୍ଷ ବାନ୍ଦନା ପରବ ଭେଟଘାଟ କାର୍ଯ୍ୟକ୍ରମକୁ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଧାନଘୋରୀ, (ବଡ଼ଚାଟରା) ସ୍ଥିତ କୁଡୁମୀ ଭବନ ଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ *ବିଶ୍ୱନାଥ ମହାନ୍ତଙ୍କ* ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା *ନଭେମ୍ବର ୧୫ ତାରିଖ* ଦିନ ହେବାକୁ ଥିବା ନବମ ବର୍ଷ ବାନ୍ଦନା ପରବ ଭେଟଘାଟ କାର୍ଯ୍ୟକ୍ରମକୁ କିପରି ଅଧିକ ଆକର୍ଷଣୀୟ ଏବଂ ଲୋକାଭିମୁଖୀ କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୁଡୁମୀ ସେନାର ପ୍ରତିଷ୍ଠାତା ତଥା ସଭାପତି *ଜୈମୁନି କୁମାର ମହାନ୍ତ* ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ।
*କଣ ରହିବ ଏଥର?*
ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଏହି ବାନ୍ଦନା ପରବରେ ଗୋରୁଖୁଣ୍ଟା, ଧେଙ୍ଗୁଆନ ପ୍ରତିଯୋଗିତା, ଝୁମର ମେଲୋଡି, ବନ୍ଧୁ ମିଳନ ଏବଂ ବିଭିନ୍ନ ପ୍ରକାର କୁଡୁମୀ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହା ସହିତ ବିଭିନ୍ନ କୁଡୁମୀ ବହୁଳ ରାଜ୍ୟରୁ କୁଡୁମୀ ସମ୍ପ୍ରଦାୟର ବିଶିଷ୍ଟ ନେତୃତ୍ୱଙ୍କୁ ଆମନ୍ତ୍ରଣ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି।
ଏହି ବୈଠକରେ କୁଡୁମୀ ସେନା ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାଇରାମ ମହାନ୍ତ, କୁବେର ମହାନ୍ତ, ସଞ୍ଜୟ ମହାନ୍ତ, ଶୀତେଶ ମହାନ୍ତ, କାହ୍ନୁ ଚରଣ ମହାନ୍ତ, ଅଶୋକ ମହାନ୍ତ, କୁଡୁମୀ ଛାତ୍ର ସେନାର ଅଜିତ ମହାନ୍ତ, ଭବାନୀ ମହାନ୍ତ, ରାହୁଲ ମହାନ୍ତ, କୁଡୁମୀ ମହିଳା ସେନାର ଗୀତାଞ୍ଜଳି ମହାନ୍ତ, ଅହଲ୍ୟା ମହାନ୍ତ, କଳ୍ପନା ମହାନ୍ତ, ସ୍ୱପ୍ନାପ୍ରିୟ ମହାନ୍ତ, ରିତା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ମୟୁରଭଞ୍ଜ ରୁ ମୋନାଲି ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
