ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
‘ଜିରୋ କାଜୁଆଲିଟି’ ହାସଲ କରିବା ଆମ ସରକାରଙ୍କ ଲକ୍ଷ୍ୟ
ମାଥିଲି ନିପ୍ର: ଶ୍ରୀଧର ପାଢ଼ୀ (ଭଞ୍ଜଦୂତ ଖବର)
ମାଲକାନଗିରି ଜିଲ୍ଲାରେ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପରିପ୍ରେକ୍ଷୀରେ ମାଥିଲି ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି ରାଜ୍ୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଗସ୍ତ ସମୟରେ ମନ୍ତ୍ରୀ ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ସହ ଆଲୋଚନା କରିବା ସହ ସରକାରୀ ଅଧିକାରୀଙ୍କ ପରାମର୍ଶ ଓ ନିର୍ଦ୍ଦେଶକୁ ମାନି ଚାଲିବାକୁ ପରାମର୍ଶ ଦେଇଥିଲେ। ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ସୁରକ୍ଷା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। କୌଣସି ବ୍ୟକ୍ତିଙ୍କ ଧନଜୀବନର କ୍ଷତି ନହେବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ।
ବାତ୍ୟା ମୁକାବିଲାରେ ‘ଶୂନ୍ୟ ଜୀବନହାନି’ (Zero Casualty) ହାସଲ କରିବା ହିଁ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ ପ୍ରଶାସନର ପରାମର୍ଶକୁ ଗୁରୁତ୍ୱ ଦେବା ସହ ସମସ୍ତେ ସତର୍କ ରହିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ଗସ୍ତ ସମୟରେ ମାଲକାନଗିରି ବିଧାୟକ ଶ୍ରୀ ମାନସ ମାଡ଼କାମୀ, ମାଥିଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହେଶ ପ୍ରସାଦ ବାକ, ସାଂସଦ ପ୍ରତିନିଧି ଶ୍ରୀ ବନମାଳୀ ବରଜା, ବିଜେପି ଏସ୍ଟି ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଜଳନ୍ଧର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସନ୍ତୋଷିନୀ ପାତ୍ର, ମାଥିଲି ବ୍ଲକର ଯୁବନେତା ଶ୍ରୀକାନ୍ତ ଚୌଧୁରୀ, ଆଦିବାସୀ ମହାସଂଘର ସଭାପତି ଶ୍ରୀ ବନ୍ଧୁ ମୁଦୁଲି ଏବଂ ମାଥିଲି ତହସିଲଦାର ଶ୍ରୀମତୀ ମାନସୀ ଭୋଇଓ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
