
ନୂଆପଡା (ମିଖାଏଲ ନନ୍ଦ): ନୂଆପଡା ଜିଲ୍ଳା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ର ଡୁଆଝର ଗାଁ ରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ସହ ଜଣକୁ ଗିରଫ କରିଛି ଖଡ଼ିଆଳ ପୁଲିସ। କୌଣସି ସୂତ୍ରରୁ ଖବର ପାଇ ଗତକାଲି ଖଡ଼ିଆଳ ପୁଲିସ ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗ୍ରାମର ଭିଷ୍ମଦେବ ମେହେର(ଭିମା)ଙ୍କ ଘରେ ଚଢ଼ାଉ କରିଥିଲା। ଭୀଷ୍ମଙ୍କ ଘରୁ ବାଇଶି କିଲୋଗ୍ରାମ ୪୫୦ ଗ୍ରାମର ଗଂଜେଇ ଜବତ ହୋଇଥିଲା। ଅଭିଯୁକ୍ତ ପୂର୍ବରୁ ଗଞ୍ଜେଇ କାରବାର କରୁଥିବା ବେଳେ କିଛି ବର୍ଷ ଛାଡି ଦେଇଥିଲେ। ଏବେ ତିନି ମାସ ହେଲା ପୁଣି ଥରେ ଏହି ବେପାର ଆରମ୍ଭ କରିଛନ୍ତି।ସେ ଏକ ଫେନସି ଦୋକାନ ଦେଇଥିବା ବେଳେ ଦୋକାନରେ ପଚାଶ ଟଙ୍କିଆ ପୁଡିଆ କରି ଗ୍ରାହକ ମାନଙ୍କୁ ବିକ୍ରି କରିଥାନ୍ତି। ଏହି ଗଞ୍ଜେଇ ସବୁ ବୌଦରୁ ଆଣୁଥିବା ଜଣାପଡିଛି। ତାଙ୍କୁ ଗିରଫ କରିବା ସହ ଘଟଣା ନେଇ ତଦନ୍ତ ଚାଲିଥିବା ନୂଆପଡ଼ା ଏସ ପି ପ୍ରକାଶ କରିଛନ୍ତି। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଗିରଫ କରିଥିବା ବ୍ୟକ୍ତି କୁ ଆ.ସି. ଡବଲୁ କେସ ନମ୍ବର ୨୨୫/୨୦୨୫ ଗିରଫ କରାଯାଇଛି ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ ପାଇଛି। ଏହି ଚଢାଉ ରେ ଏସଆ ହରେକୃଷ୍ଣ ଜାନୀ, ମିନତୀ ବଡ଼ ନାଏକ ହାବିଲଦାର ପି କେ ସିନ୍ଦୂର, ପ୍ରମୁଖ ସାମିଲ ଥିଲେ। ସୂଚନା ପ୍ରଦାନ ସମୟ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ନାଏକ ନୂଆପଡ଼ା ଥାନାଧିକାରୀ ଗଙ୍ଗାଧର ମେହେର ଜୋଙ୍କ ଥାନାଧିକାରୀ ପି କେ ଧାରୁଆ ଖଡ଼ିଆଳ ଥାନାଧିକାରୀ ଦିଲୀପ ସାହୁ ପ୍ରମୁଖ ସାମିଲ ଥିଲେ।