ବସ୍ତା (ସେଖ ଆଜାରୁଦ୍ଦିନ) :
ଜମିବାଡ଼ି ବିବାଦ କୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଭୁଜାଲି ମାଡ଼ରେ ଜଣେ ମୃତ, ସିଂଲା ଥାନା ଗୋପିନାଥପୁର ଗ୍ରାମରେ ଅଘଟଣ, ମୃତକ ଜଣକ ଗୋପିନାଥପୁର ଗ୍ରାମର ଶେଖ୍ କାଲୁ,ଘଟଣା ସ୍ଥଳରେ ସିଂଲା ପୋଲିସ ର ତଦନ୍ତ, ସୁଚନା ଅନୁଯାୟୀ ସିଂଲା ଥାନା କାଦରାୟାଁ ପଞ୍ଚାୟତ ଗୋପିନାଥପୁର ଗ୍ରାମର ଶେଖ୍ କାଲୁ ଏବଂ ତାଙ୍କ ପଡୋଶୀ ଙ୍କ ମଧ୍ୟରେ ଦିର୍ଘ ଦିନରୁ ବିବାଦ ଲାଗି ରହିଥିଲା, ଆଜି ଅପରାହ୍ନରେ ବାଡ଼ ବସାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା, ଏଥିରେ ଉତଖିପ୍ତ ହୋଇ ତାଙ୍କ ପଡୋଶୀ ଶେଖ କାଲୁଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ, ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ ପରିବାର ଲୋକେ ତାଙ୍କୁ ପ୍ରଥମେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ, ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି, ପୋଲିସ ଘଟଣା ତଦନ୍ତ କରୁଛି, ତେବେ ଏନେଇ ଥାନାରେ କୈଣସି ଅଭିଯୋଗ ହୋଇ ନାହିଁ ।