*”ନୂଆପଡ଼ାର ସଚିନ ବେହେରା ହାସଲ କଲେ ‘ଷ୍ଟ୍ରାଇକର୍ ଅଫ୍ ଇଣ୍ଡିଆ’ ରେକର୍ଡ; ଆଗକୁ ଗିନିଜ୍ ବୁକ୍ରେ ସ୍ଥାନ ପାଇବାକୁ ଲକ୍ଷ୍ୟ”।*
ନୂଆପଡା(ମିଖାଏଲ ନନ୍ଦ)
ତା:୨୪.୧୦.
ସଚିନ ବେହେରା ନୂଆପଡ଼ା ଭଳି ଉପାନ୍ତ ଜିଲ୍ଲା ରୁ ନି ଷ୍ଟ୍ରାଇକର୍ ଅଫ୍ ଇଣ୍ଡିଆ ରେକର୍ଡ ଅର୍ଜନ କରି ଗୌରବ ଅର୍ଜନ କରିଛନ୍ତି।, ଆଗକୁ ଗ୍ରିନିଜ ବୁକ ରେକର୍ଡ କରିବାକୁ ଲକ୍ଷ ଧାର୍ଯ୍ୟ ରହିଥିବା ବେଳେ ନିଜ ଅଞ୍ଚଳ ରେ ଯୁବ ବର୍ଗଙ୍କୁ ନିଶା ମୁକ୍ତ ହୋଇ ଖେଳ ଏବଂ ଜୀବନର ଲକ୍ଷ ପ୍ରତି ନିଶା ରହିବାକୁ ଆହ୍ୱାନ କରିଥିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଯୁବବର୍ଗଙ୍କୁ ତାଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚୟନ କରି ସେହି ଦିଗରେ ଆଗକୁ ବଢ଼ିବା ପାଇଁ ଆହ୍ୱାନ କରିଛନ୍ତି। ଖଡ଼ିଆଳ ଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲର୍କା ଗ୍ରାମର ନିବାସୀ ସଚିନ ବେହେରା ଛାତ୍ର ଜୀବନରୁ ଜଣେ ଧାବକ ରୂପେ ଆଗକୁ ବଢୁଥିବା ବେଳେ ନି ଷ୍ଟ୍ରାଇକର୍ ଭାବରେ ଏକମାତ୍ର ଲକ୍ଷ ହାସଲ କରିଥିଲେ। ଏକ କିଲୋ ଓଜନ ଆଙ୍କଲ ଓଜନ ପିନ୍ଧି ୬୦ ସେକେଣ୍ଡ ରେ ୧୪୬ ଥର ନିଷ୍ଟ୍ରାଇକ କରିବାରେ ସଫଳ ହୋଇଥିଲେ। ଆଗକୁ ସେ ଗ୍ରିନିଜ ବୁକ୍ ଅଫ୍ ରେକର୍ଡ କରିବାକୁ ଜୀବନ ର ଲକ୍ଷ ରଖିଛନ୍ତି। ତେଣୁ ନୂଆପଡ଼ା ଜିଲ୍ଲାର ଯୁବ ପିଢ଼ି ନିଶାସକ୍ତ ନ ହୋଇ ନିଜ ଜୀବନରେ ରେକର୍ଡ ସୃଷ୍ଟି କରିବା ଦକ୍ଷତା ଥିବା ବେଳେ ଆବଶ୍ୟକ ତାଲିମ ଏବଂ ପ୍ରଶିକ୍ଷଣ ହେଲେ ନିଶ୍ଚିତ ରୂପେ ଜଣେ ଜଣେ ରେକର୍ଡ ଧାରି ହୋଇ ପାରିବେ। ଏହି ସାମ୍ବାଦିକ ସମ୍ମିଳନୀ ରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲମ୍ବୋଦର ନିଆଁଲ, ଖଡ଼ିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଯୋଗ ଦେଇ ଯୁବ ଗୋଷ୍ଠୀଙ୍କ ପାଇଁ ଏକ ଉଦାହରଣ ହୋଇଥିବା ବେଳେ ଯୁବ ସମ୍ମିଲନୀ ରେ ତାଙ୍କ ପ୍ରତିଭା ପାଇଁ ଅନୁପ୍ରାଣିତ କରିବେ। ଖେଲୋ ଇଣ୍ଡିଆ ରେ ଦେଶ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କୁ ଦୃଷ୍ଟି ହେବାକୁ ନିବେଦନ କରିଥିଲେ।
