
ବ୍ରହ୍ମପୁର (ସୁରଜିତ ରାଉଳ) – ବିଶ୍ଵ ହିନ୍ଦୁ ପରିଷଦର ଯୁବ ଆୟାମ ବଜରଙ୍ଗ ଦଳ ଓଡିଶା ତରଫରୁ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ସାହସିକ ବୁଢା ଅମରନାଥ ଯାତ୍ରାର ଆୟୋଜନ କରାଯାଉଛି । ଏହି ଯାତ୍ରା ଆସନ୍ତା ୨୯-ଜୁଲାଇରୁ ଆରମ୍ଭ ହୋଇ ୭ ଅଗଷ୍ଟ ୨୦୨୫ରେ ସମାପନ ହେବ । ଏହି ଯାତ୍ରା ରେ ଗଞ୍ଜାମ ଜିଲ୍ଲାର ୪୦ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ସାମିଲ ହେବେ Iଯେଉଁଥିରେ ଓଡ଼ିଶାର ଯାତ୍ରୀମାନେ ଅତି ସ୍ୱଳ୍ପ ଖର୍ଚ୍ଚରେ ଯିବା ଆସିବା ଏବଂ ରହିବା, ଖାଇବା ଭଳି ସୁବିଧା ପାଇ ପାରିବେ l ଏଥି ସହ ଓଡିଶାର ପୁରପଲ୍ହିର ଜନସାଧାରଣ କିପରି ଶୃଙ୍ଖଳିତ ଭାବରେ ହିନ୍ଦୁ ଆସ୍ଥାର ପ୍ରାଣ କେନ୍ଦ୍ର ବୁଢ଼ା ଅମରନାଥଙ୍କ ଦର୍ଶନ ଏବଂ ଆଶୀର୍ବାଦ ପ୍ରାପ୍ତ ସାଙ୍ଗକୁ ଲକ୍ଷ ଲକ୍ଷ କାଶ୍ମୀର ହିନ୍ଦୁ ଭାଇଭଉଣୀଙ୍କ ଭିତରେ “ଆମେ ଭାରତୀୟ ଆମେ ଏକ – ଆମ ଦେଶ ଏକ” ର ଭାବନା ବୁଣିବା ପାଈଁ ଏହା ଏକ ସୁନ୍ଦର ପ୍ରୟାସ ବୋଲି ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ କାର୍ଯ୍ୟାଳୟ, ଶିଳ୍ପାଞ୍ଚଳ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବଜରଙ୍ଗ ଦଳର ପ୍ରାନ୍ତ ଅଧିକାରୀ ତଥା ବୁଢ଼ା ଅମରନାଥ ଯାତ୍ରାର ଓଡ଼ିଶା (ପୂର୍ବ) ସଂଯୋଜକ ଶ୍ରୀ ରାଜୀବ ନେତ୍ର ଖାଡ଼ଙ୍ଗା, ଗଞ୍ଜାମ ଜିଲ୍ଲା ସମ୍ପାଦକ ଜୀ ଶ୍ରୀନିବାସ ଅଚାରୀ, ବ୍ରହ୍ମପୁର ନଗର ସଭାପତି, ଡାକ୍ତର ସମରେନ୍ଦ୍ର କୁମାର ସାହୁ, ବ୍ରହ୍ମପୁର ନଗର ସମ୍ପାଦକ ଶ୍ରୀ କେଦାର ନାଥ ପଣ୍ଡା ଏବଂ ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ଶ୍ରୀ ଅଜୟ ବେହେରା , ବ୍ରହ୍ମପୁର ନଗର ବଜରଙ୍ଗ ଦଳ ବିସ୍ତାରକ ଶ୍ରୀ ଚନ୍ଦନ ସ୍ୱାଇଁ, ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳ ବିସ୍ତାରକ ଶ୍ରୀ ବିକ୍ରମ ସେଠି ଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।