ମେରାମଣ୍ଡଳୀରେ ୪୦ ଟିକିଆ ହାତୀ ସୁରକ୍ଷିତ ଭାବେ ଅତିକ୍ରମ କଲେ NH-55
ମେରା ମଣ୍ଡଳୀ (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀଠାରେ ବନ ବିଭାଗର ଏକ ପ୍ରଶଂସନୀୟ ପଦକ୍ଷେପ ଦେଖିବାକୁ ମିଳିଛି।
ବନ କର୍ମଚାରୀମାନଙ୍କ ଦକ୍ଷ ଭିଡ଼ ନିୟନ୍ତ୍ରଣ ଓ ସମନ୍ୱୟ ଯୋଗୁଁ ୪୦ଟି ହାତୀଙ୍କ ପଲ ଜାତୀୟ ରାଜପଥ NH-55 ଏବଂ ରେଳପଥକୁ ସୁରକ୍ଷିତ ଭାବେ ଅତିକ୍ରମ କରିପାରିଛନ୍ତି।ହାତୀପଲର ସୁରକ୍ଷିତ ଗମନ ପରେ ଭବିଷ୍ୟତରେ ହାତୀଙ୍କ ସୁଗମ ଯାତାୟାତ ପାଇଁ ରାଜପଥ ପାର୍ଶ୍ୱରେ ଥିବା ବ୍ୟାରିକେଡ୍ଗୁଡ଼ିକୁ ବନ ବିଭାଗ ପକ୍ଷରୁ ହଟାଯାଇଛି। ବନ୍ୟଜନ୍ତୁଙ୍କ ସୁରକ୍ଷିତ ଗମନାଗମନ ଓ ମଣିଷ-ହାତୀ ସହାବସ୍ଥାନ ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚା ହେଉଛି।
