*ଯୋରନ୍ଦା ର 53ତମ ରାବଣ ପୋଡି ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l* ଗନ୍ଦିଆ ବ୍ଲକ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଚଳିତ ଅଶ୍ୱିନ ମାସ ଶୁକ୍ଲପକ୍ଷ 21/10/26 ରିଖ ବୁଧବାର ଦିନ ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟକୁ ପ୍ରତୀକ କରି ଯୋରନ୍ଦା ର 53 ତମ ରାବଣ ପୋଡି ମହୋତ୍ସବ ମହାସମାରୋହ ରେ ପାଳିତ ହୋଇ ଯାଇଛି l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରଯୁକ୍ତି ବିଜ୍ଞାନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମହୋଦୟ,ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଭିକାରି ଚରଣ ରାଉତ (ପୂର୍ବତ୍ତନ ସ୍ୱତନ୍ତ୍ର ଜଜ ଶି. ବି. ଆଇ, ଏବଂ ଜିଲ୍ଲା ଜଜ ) ସଂମ୍ମାନିତ ଅତିଥି ଶ୍ରୀମନ୍ତୀ ଆରତୀ ନାୟକ (ଯୋରନ୍ଦା ସରପଞ୍ଚ ) ଶ୍ରୀଯୁକ୍ତ କୋଦଣ୍ଡ ଧର ସାହୁ (ପୂର୍ବତନ ଜିଲ୍ଲା ପରିଷଦ ଉପାଧକ୍ଷ ଗନ୍ଦିଆ ବ୍ଲକ ) ବିଜୟ କୁମାର ସାହୁ ମଞ୍ଚ ଉପରେ ଉପସ୍ଥିତ ଥିଲେ l ଯୋରନ୍ଦା ସରପଞ୍ଚ ଶ୍ରୀମତୀ ଆରତୀ ନାୟକ ତାଙ୍କ ଅଭିଭାଷଣ ରେ କଥା ରଖିଲେ ହାତୀ ମାନଙ୍କ ଠାରୁ ସୁରକ୍ଷା ପାଇବାପାଇଁ ଯୋରନ୍ଦା ଠାରୁ କରମୂଳ ପର୍ଯ୍ୟନ୍ତ ଓ ଯୋରନ୍ଦା ଠାରୁ ବଣସିଂହ ରାସ୍ତାରେ ସୋଲାର ଲାଇଟ ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ, ଯୋରନ୍ଦା ଫାଣ୍ଡିକୁ ଥାନା କରିବାପାଇଁ, ଯୋରନ୍ଦା ମେଡିକାଲକୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ମନ୍ତ୍ରୀଙ୍କ ପାଖରେ ଏହି ସବୁକୁ ବିଷୟକୁ ଦୁଷ୍ଟି ଆକର୍ଷଣ କରିଥିଲେ l ମୁଖ୍ୟ ଅତିଥି ରାବଣ ଓ ସୀତା ମାତାଙ୍କ ବିଷୟରେ କିଭଳି ରାବଣ ରାମ ରୂପରେ ଆସିଲେ ତାଙ୍କର ମନ ପରିବର୍ତନ ହୋଇଯାଏ ସେ ବିଷୟରେ ଆଲୋକପାତ କରିଥିଲେ, ଏବଂ ଆମ ଦେଶର ପ୍ରଧାନମନ୍ତ୍ରୀ ଙ୍କୁ ସାଶନରୁ ହଟାଇବା ପାଇଁ ଯୋଜନା କରୁଥିବା ଅନ୍ୟଦେଶ ମାନଙ୍କ ବିଷୟରେ ଆଲୋଚନା କରିଥିଲେ l ପରିଶେଷରେ ସମାଜସେବୀ ଶ୍ରୀଯୁକ୍ତ ସର୍ବେଶ୍ୱର ନାୟକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ରାବଣ ଦେହରେ ଅଗ୍ନି ସଂଯୋଗ କରିବା ପାଇଁ ମନ୍ତ୍ରୀ ମହୋଦୟ ଙ୍କୁ କହିଥିଲେ l
