ଭାପୁର ଛଦେଶ ଅଞ୍ଚଳରେ ପାଇକ ପରମ୍ପରାର ଝଲକ: ଗାଁ ଗାଁରେ ଅସ୍ତ୍ର ପୂଜା ଓ ପାଇକ ଖେଳ
ଢେଙ୍କାନାଳ ସଦର : ଗଡ଼ର ଗଡ଼ ଜାତ ଚନ୍ଦ୍ରଶେଖରପ୍ରସାଦ ଓ ଗଞ୍ଜେଇଡିହ ଗ୍ରାମ ପରି ଭାପୁର ଛଦେଶ ଅଞ୍ଚଳର ଅନ୍ୟ ଗାଁ ଗୁଡ଼ିକରେ ମଧ୍ୟ ପାଇକ ପରମ୍ପରା ଜୀବନ୍ତ ରହିଛି। ଗଙ୍ଗାଧରପ୍ରସାଦ,ବଳଦିଆବନ୍ଧ,ଚନ୍ଦ୍ରଶେଖରପ୍ରସାଦ,ଗଞ୍ଜେଇଡିହ,ବାଲ୍ୟାମ୍ବା,ରାଇଡିହ,କୃଷ୍ଣପ୍ରସାଦ,ଦୀନବନ୍ଧୁପୁର,ଗୋବିନ୍ଦପ୍ରସାଦ,ତାଳବରକୋଟ,ପାଣମୂର୍ଗା,କଳାଙ୍ଗ ଆଦି ଗାଁରେ ମଧ୍ୟ ବିଜୟା ଦଶମୀ ଅବସରରେ ପାରମ୍ପରିକ ଅସ୍ତ୍ର-ଶସ୍ତ୍ର ପୂଜା ଅନୁଷ୍ଠିତ ହୋଇଛି। ଗ୍ରାମର ଇଷ୍ଟ ଦେବୀଙ୍କ ନିକଟରେ ପୂଜା ପରେ ପାଇକ ମାନେ ଗାଁ ପରିଭ୍ରମଣ କରି ଢାଲ,ଖଣ୍ଡା,ଲାଠି ଓ ବିଭିନ୍ନ ସାହସିକ ଖେଳ ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ଯୁବକମାନେ ଏହି ପରମ୍ପରାକୁ ଆଜି ବି ବଜାୟ ରଖିଛନ୍ତି। ଏହି ଅଞ୍ଚଳର ପ୍ରତ୍ୟେକ ଗାଁରେ ପାଇକ ଆଖଡ଼ା ହେଉଛି ସାହସ ଓ ଏକତାର ପ୍ରତୀକ । ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
