ସିନାପାଲି ମହାବିଦ୍ୟାଳୟରେ ଛାତ୍ର ସଂସଦର ଶପଥ ଗ୍ରହଣ ସମାରୋହ
ସିନାପାଲି, ୧୬/୧୦ (ଧର୍ମେନ୍ଦ୍ର କୁମାର ଗହିର)(ନିପ୍ର) ନୂଆପଡ଼ା ଜିଲ୍ଲା ସିନାପାଲି ମହାବିଦ୍ୟାଳୟର ନବଗଠିତ ଛାତ୍ର ସଂସଦର ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ଉତ୍ସବ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଏ.ବି. ଡୁଙ୍ଗଡୁଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ନବନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିବା ସହ ନିଜ ନିଜର ଦାୟିତ୍ୱ ଗ୍ରହଣ କରିଥିଲେ। ବିଜେଡି ସମର୍ଥିତ ଛାତ୍ର ସଂସଦ ସଭାପତି ଭାବେ ସଚିନ୍ଦ୍ର କାଣ୍ଡ ଏବଂ ସାଂସ୍କୃତିକ ସମ୍ପାଦିକା ଭାବେ ବରୁଣୀ ସୁନାନୀ ଦାୟିତ୍ୱ ଗ୍ରହଣ କରିଥିଲେ ସେହିପରି ବିଜେପି ସମର୍ଥିତ ଛାତ୍ରୀ ଉପ ସଭାପତି ଭାବେ ରୁବି ମେହେର ଓ ସାଧାରଣ ସମ୍ପାଦକ ଭାବେ ଶୁଭେନ୍ଦୁ ମେହେର ଓ କ୍ରୀଡ଼ା ସମ୍ପାଦକ ଭାବେ ଭୂପେନ୍ଦ୍ର ସିଂ ବାରିକ ଶପଥ ପାଠ କରିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ନବନିର୍ବାଚିତ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଉତ୍ସବରେ ବିଜୁ ଜନତା ଦଳର ରାଜା ପାଣିଗ୍ରାହୀ, କିଶୋର ମେହେର, ଗୋଦାବରୀଶ ନାଏକ, ମନୀଷ ପଟେଲ, ସେଖବାସ ଖାନ୍, ଦାଦୁ ଖାନ୍, ଦୋଲାମଣି ଘିଭେଲା, ଲମ୍ବୁ ମାଝୀ, ହେମନ୍ତ ଖମାରୀ, ଖୁଟୁରାମ ସୁନାନୀ, ନୀତିଶ ମେହେର, ହେମସାଗର ମେହେର ଓ ଲକ୍ଷ୍ମୀ ମେହେରଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ। ଶପଥ ଗ୍ରହଣ ପରେ କଲେଜ ଗେଟ୍ ସମ୍ମୁଖରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଦଳୀୟ କର୍ମୀମାନେ ପରସ୍ପରକୁ ଅବିର ଲଗାଇ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ନୂତନ ଦାୟିତ୍ୱ ଗ୍ରହଣ ପରେ ଛାତ୍ର ସଂସଦର ପ୍ରତିନିଧିମାନେ ମହାବିଦ୍ୟାଳୟର ଶିକ୍ଷାଗତ ପରିବେଶର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାମ କରିବାକୁ ସଙ୍କଳ୍ପବଦ୍ଧ ଥିବା ପ୍ରକାଶ କରିଛନ୍ତି ।
