ବସ୍ତା (ସେଖ ଆଜାରୁଦ୍ଦିନ) : ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ବାଉଁଶମୁଖା ଗ୍ରାମ ର ଏକ ପରିତ୍ୟକ୍ତ ପୋଖରୀ ରୁ ଆଜି ଏକ ଯୁବକ ର ମୃତ ଦେହ ଉଦ୍ଧାର।ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ସ୍ବର୍ଗତ ବାବାଜୀ ଜେନା ଙ୍କ ୩୫ ବର୍ଷ ର ପୁତ୍ର ଧରଣୀ ଜେନା ବୋଲି ଜଣାପଡିଛି। ସୂଚନା ଅନୁସାରେ ଧରଣୀ ଚାରି ଦିନ ଧରି ନିଖୋଜ ଥିବା ବେଳେ ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଜାରି ରହିଥିଲା। ତେବେ ଆଜି ଦିନ ବାରଟା ସମୟରେ ଧରଣୀର ବଡ଼ ଭାଇ ରାସ୍ତା କଡରେ ଥିବା ଜଙ୍ଗଲ ସହ ପରିତ୍ୟକ୍ତ ପୋଖରୀକୁ ଦେଖୁଥିବା ବେଳେ ଏକ ମୃତ ବ୍ୟକ୍ତିର ଶବକୁ ଦେଖିଥିଲେ। ପରେ ବସ୍ତା ପୋଲିସ ଓ ଦମକଳ ବାହିନୀର ସହଯୋଗ କ୍ରମେ ମୃତ ବ୍ୟକ୍ତିକୁ ଉଦ୍ଧାର କରିବା ପରେ ଉକ୍ତ ବ୍ୟକ୍ତି ଜଣକ ଧରଣୀ ଜେନା ବୋଲି ଜଣା ପଡିଥିଲା। ପୋଲିସ ଶବକୁ ଜବତ କରି ଏକ ଅପମୃତ୍ଯୁ ମାମଲା ରୁଜୁ କରିବା ସହିତ ପୋଷ୍ଟ ମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବାପରେ ଏହା ପାଣିବୁଡି ନା ସୁପରିକଳ୍ପିତ ହତ୍ୟାକାଣ୍ଡ ତାହା ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।
