ବସ୍ତା (ସେଖ ଆଜାରୁଦ୍ଦିନ) : ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଅନ୍ତ ର୍ଗତ ଅlଙ୍କୋ ପଞ୍ଚାୟତରେ ସ୍ବର୍ଗତା ଭଉଣୀ ସୌମ୍ୟାଶ୍ରୀ ବିଶିଙ୍କ ଉଦ୍ଧେଶ୍ୟ ରେ ସମୁହ ଦୀପଦାନ କରିଥିଲେ। ପଞ୍ଚାୟତ ସଭାପତି ଶ୍ରୀଧର ବେହେରାଙ୍କ ପୌରହିତ୍ୟରେ ପୋଡାଡ଼ିହା ବାଲୋକେଶ୍ବର ମନ୍ଦିରରେ ଶୁକ୍ରବାର ସନ୍ଧ୍ୟାରେ ଏକ ନିଆରା ଢଙ୍ଗରେ ଦୀପ ପ୍ରଜ୍ଵଳନ କରାଯାଇଥିଲା। ଏହି ଦୀପ ଦାନ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ତପନ କୁମାର ଗିରି , ପଞ୍ଚାୟତ ଉପସଭାପତି ଗୌରାଙ୍ଗ ଚରଣ ଜେନା, ଅଶୋକ ଜେନା, ତପନ ଜେନା, ବଳରାମ ବେହେରା, ରଞ୍ଜନ କୁମାର ଜେନା, ନାରୀନେତ୍ରୀ ବିନିତା ମୁର୍ମୁ, ପ୍ରକାଶ ବେହେରା, କସିପଦା ପଞ୍ଚାୟତର ସଭାପତି ଚତୁର୍ଭୁଜ ବେହେରା, କୈଳାଶ ବେହେରା ଓ ଅନ୍ୟାନ୍ୟ ନେତୃ ବୃନ୍ଦ, ଗ୍ରାମ ର ବହୁ ମହିଳାମାନେ ଉପସ୍ଥିତ ରହି ଭଉଣୀ ସୌମ୍ୟାଶ୍ରୀଙ୍କ ଉଚିତ ନ୍ୟାୟ ଏବଂ ସ୍ବର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ମନ୍ଦୀରରେ ଦୀପଦାନ କରିଥିଲେ।
