*ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ (ସୁରଭି 2026)* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଗଁନ୍ଦିଆ ବ୍ଲକ ବାଇଶିଆ କ୍ଲଷ୍ଟର ର ବାଇଶିଆ ନୋଡାଲ ଉପ୍ରା ବିଦ୍ୟାଳୟ ରେ ଆଜି ଶୁକ୍ରବାର ସୁରଭି 2026 ବହୁ ଆଡମ୍ବର ସହିତ ଧୂମଧାମରେ ପାଳିତ ହୋଇଛି l ଉକ୍ତ ଉତ୍ସବଟି ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃପାସିନ୍ଧୁ ଦେହୁରୀଙ୍କ ସଭାପତିତ୍ବ କରୁଥିବା ବେଳେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ କଣ୍ଠ ଦେହୁରୀ (ABEO) ଓ ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ରାଜେନ୍ଦ୍ର ମୋହନ ପତି, ରବୀନ୍ଦ୍ର ଶତପଥୀ ଓ ବିଦ୍ୟାଳୟ ର ଚେୟାରମ୍ୟାନ ଶ୍ରୀଯୁକ୍ତ କବିର ବେହେରା ମଞ୍ଚରେ ଉପସ୍ଥିତ ଥିଲେ l ମଞ୍ଚ ପରିଚାଳନା କରିଥିଲେ ନରୋତ୍ତମ ପାଲ ଅତିଥି ମାନେ ତାଙ୍କ ଅବିଭାଷଣରେ କଥା ରଖିଲେ ଗ୍ରାମ ଗହଳିରେ ଲୁକାୟିତ ହୋଇଥିବା ଛୋଟ ଛୋଟ ପିଲାମାନଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ତାଙ୍କର ନିଜ ପ୍ରତିଭା ନିଯେଯାଣି ନିଜକୁ ଅଗ୍ରଗତି କରିବାରେ ସହାୟ ହେବ, ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଛୋଟ ଛୋଟ ପିଲାମାନଙ୍କୁ କହିଲେ ଜୀବନରେ ଏଭଳି କାମକର ଯେଉଁଥିରେ ତୁମମାନଙ୍କର ମୁଣ୍ଡ ତଳକୁ ନଇବାକୁ ପଡିବନାହିଁ l ଏହି ସୁରଭି କାର୍ଯ୍ୟକ୍ରମରେ 140 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ , ଏଥିରେ ଡ୍ରଇଁ, ବକ୍ତୃତା, ସୃଜନାତ୍ମକ ଲିଖନ, ପ୍ରବନ୍ଧ ଲିଖନ, ପି.ଏମ. ପୋଷଣ, ସି. ଏମ.ପୋଷଣ ଓ ସାଂସ୍କୃତିକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହିତ ପୁରସ୍କାର ବିତରଣ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ସଠିକ ଭାବରେ ବିଚାର କରୁଥିବା ବିଚାରକ ମଣ୍ଡଳୀ ମାନେ ହେଲେ ଗଗନ ବିହାରୀ ରାଉତ, ବ୍ରଜ କିଶୋର ରାଉତ, ପ୍ରଦୀପ ଚନ୍ଦ୍ର ବେହେରା, ପ୍ରମିଳା ତୀର୍କି, ଶୁଭସ୍ମିତା ଶ, ଅନୁପମା ଦାସ, ଗାୟତ୍ରୀ ପଣ୍ଡା, କଳ୍ପନା ପଣ୍ଡା, ପ୍ରତିମା ନାୟକ, ମାମି ହୋତା,ଉକ୍ତ କାର୍ଯ୍ୟକ୍ରମ ଟିକୁ CRCC ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ବେହେରା ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷତ୍ରୀ ସହଯୋଗ କରିଥିଲେ l
