ରଘୁନାଥପୁର ବ୍ଲକ କଂଗ୍ରସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା ଅନୁଷ୍ଠିତ l
ରଘୁନାଥପୁର(ନି.ପ୍ର): ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟି ଙ୍କ ନିର୍ଦେଶ କ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ସମଗ୍ର ରାଜ୍ୟରେ ସପ୍ତାହେ ବ୍ୟାପି ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା ବେଶ ଆନନ୍ଦ ଉଲ୍ଲାସ ରେ ରଘୁନାଥପୁର ବ୍ଲକ ରେ ପାଳିତ ହୋଇଯାଇଛି l ଏହି ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକ ଓ ତିର୍ତୋଲ ନିର୍ବାଚନ ମଣ୍ଡଳୀ ଲଢୁଆ ନେତା ହିମାଂଶୁ ଭୂଷଣ ମଲିକ ଯୋଗଦେଇ କର୍ମୀ ମାନଙ୍କ ମନୋବଳ କୁ ବଢ଼ାଇଥିଲେ l ଏହି ପଦଯାତ୍ରା ରେ କଂଗ୍ରେସ କର୍ମୀମାନେ ଗଣତନ୍ତ୍ର ବଞ୍ଚାଅ ମୋଦି ହଟାଅ ନାରା ଦେଇ ଯାଉଥିବା ବେଳେ ଜନସାଧାରଣ ଙ୍କୁ ବେଶ ଆକର୍ଷଣ କରିଥିଲା l ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତତ୍ରାଣ ପଣ୍ଡା ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା ରେ ଜିଲ୍ଲା ଉପ ସଭାପତି ପ୍ରଶାନ୍ତ କୁମାର ଦାସ, ବ୍ଲକ ପ୍ରଭାରୀ ଜିତୁ ନାରାୟଣ ସାହୁ, ନାରାୟଣ ନାୟକ, ବସନ୍ତ ଦାସ, ଜଗୁ ଦାସ, ମାନସ ଗୋଛାୟତ, ବସନ୍ତ ସ୍ୱାଇଁ, ସାରଦା ଜେନା, ମୁକ୍ତାର ଅଲି ଖାନ, ପ୍ରଦୀପ ସ୍ୱାଇଁ, ବ୍ରଜ ମଲିକ, ତ୍ରିଲୋଚନ ମହାରଣା, ପ୍ରତ୍ୟୁଷ ନାୟକ, ବିନ୍ଦୁସାର ମହାପାତ୍ର, ସୁବାସ ରାହାଟସିଂ, ଲିପୁନ ରାୟ, ପ୍ରଭାତ ରାଉତ ଓ ଚିତ୍ତରଞ୍ଜନ ବାରିକ ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ l
