ଛାତ୍ର ସଂସଦ ନିର୍ବାଚନ ପାଇଁ ଦାଖଲ ହେଲା ପ୍ରାର୍ଥୀପତ୍ର ନାମାଙ୍କନ
______________
ସାରସକଣା,(୧୦/୧୦/୨୬)(ନି.ପ୍ର):
ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣାନାମା ଜାରି ହୋଇଛି ।ଏହି ନିର୍ବାଚନ ଖବର ଶୁଣି ଛାତ୍ରଛାତ୍ରୀଙ୍କ ମହଲରେ ପ୍ରବଳ ଉତ୍ସାହ ଓ ଖୁସିର ଲହରୀ ଖେଳିଯାଇଛି ।ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ସାରସ କଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ରେ ବି.ସି.ଜେ.ଡ଼ି(BCJD) ତରଫରୁ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ସୀମାନ୍ତ ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି ନାମାଙ୍କନ ପ୍ରକ୍ରିୟାରେ ବିଭିନ୍ନ ପଦବୀ ପାଇଁ ଉତ୍ସାହୀ ଛାତ୍ରଛାତ୍ରୀ ମାନେ ନିଜର ନାମାଙ୍କନ ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରେ ସଭାପତି ଭାବେ ଶୁଭମ ସେଠୀ,ଉପ-ସଭାପତି ଆଶିଷ ମହାନ୍ତ, ସାଧାରଣ ସମ୍ପାଦକ ରାମେଶ୍ଵର ମହାନ୍ତ,ସହ ସାଧାରଣ ସମ୍ପାଦକ ପପୁ ଧଡ଼ା, ଡ୍ରାମାଟିକ୍ ସମ୍ପାଦକ ରଶ୍ମିରଞ୍ଜନ ମହାନ୍ତ, ଡ୍ରାମାଟିକ ସହ ସମ୍ପାଦକ ମଲ୍ଲିକା ହାଁସଦା,ଆଥଲେଟିକ୍ ସମ୍ପାଦକ ହିନ୍ଦୁ ଟୁଡ଼ୁ,ଆଥ ଲେଟିକ୍ ସହ ସମ୍ପାଦକ ମନୋରଞ୍ଜନ ନାଥ, ସମ୍ପାଦକ ଡ଼ି.ଏସ.ଏ. ସତ୍ୟସାଇ ନାଏକ, ସମ୍ପାଦକ ଛାତ୍ର କମନ୍ ରୁମ ଅଂଶୁମାନ ମାଲ, ସମ୍ପାଦକ ଛାତ୍ରୀ କମନ୍ ରୁମ ସୀମା ବେହେରା ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଶାସନ ସହଯୋଗ ଓ ଶାନ୍ତି ଶୃଙ୍ଖଳା ଛାତ୍ର ସଂସଦ ନିର୍ବାଚନର ଏହି ନାମାଙ୍କନ ପର୍ବକୁ ଅତି ଶାନ୍ତି ପୂର୍ଣ୍ଣ ଏବଂ ସୁରକ୍ଷିତ ଭାବେ ପରିଚାଳନା କରିବା ପାଇଁ ସାରସକଣା ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ, କଲେଜ କର୍ତ୍ତ୍ଵପକ୍ଷ ଏବଂ ଦାୟିତ୍ଵରେ ଥିବା ସମସ୍ତ କର୍ମଚାରୀ ଉପସ୍ଥିତ ରହି ସଦଯୋଗ କରିଥିଲେ । ସମସ୍ତଙ୍କ ମିଳିତ ପ୍ରୟାସରେ ନାମାଙ୍କନ ପ୍ରକ୍ରିୟା ସଫଳତାର ସହ ଶେଷ ହୋଇଛି । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
