ପାରୁଆ ପଞ୍ଚାୟତ ର ଘୁମୁରାପଦର ଗ୍ରାମ ର ଚାଷୀ ହରିଶ୍ଚନ୍ଦ୍ର କନ୍ଧଗୌଡ ନିଜ ଧାନ ଚାଷ ଦେଖିବା ପାଇଁ ଜମିକୁ ଯିବା ସମୟରେ ପୁର୍ବରୁ ତଳକୁ ଓହଳିଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ ମୁଖରେ ପଡିଥିବାର ଜଣା ପଡିଛି। ଏ ଘଟଣା କୁ ନେଇ ଗ୍ରାମବାସୀ ଓ ପରିବାର ବର୍ଗ ସନ୍ଧ୍ୟା ସମୟରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି କ୍ଷତି ପୁରଣ ଦାବିରେ ଗୋନା ରାଇଘର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।ଏ ଖବର ଶୁଣି ବୀଜେଡୀ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଯତୀନ୍ଦ୍ରନାଥ ଗଣ୍ଡ,କଂଗ୍ରେସ ନେତା ଶ୍ରୀ ସନରାଜ ଗଣ୍ଡ ପ୍ରମୁଖ ପହଞ୍ଚି ଲୋକ ମାନଙ୍କ ଦାବୀ କୁ ଉପସ୍ଥାପନ କରିଥିଲେ।ଘଟଣା ସ୍ଥଳରେ ରାଇଘର ପୋଲିସ ପ୍ରଶାସନ ଓ ତହସିଲଦାର ପହଞ୍ଚି ପରିସ୍ଥିତି ପ୍ରତି ନଜର ରଖି ଥିବା ଜଣା ପଡିଛି।
