ଜମଲା ଡିଗ୍ରୀ କଲେଜ ରେ ରକ୍ତ ଦାନ ଶିବିର #୩୩ୟୁନିଟ ରକ୍ତ ସଂଗୃହୀତ
ବରଗଡ :୦୯/୧୦(ନି ପ୍ର )ବରଗଡ ଜିଲ୍ଲା ପଦମପୁର ସ୍ଥିତ ଜମଲା ଡ଼ିଗ୍ରୀ କଲେଜ,ଜମଲା, ଜାତୀୟ ସେବା ଯୋଜନା, ୟୁଥ୍ ଆସୋସିଏସନ୍ କ୍ଲବ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଜମଲା ଡ଼ିଗ୍ରୀ କଲେଜ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ବିଶିଷ୍ଟ ଅତିଥି ଭାବରେ କଲେଜ ର ସଭାପତି ଶ୍ରୀ କଳାକହ୍ନେଇ ପଧାନ , କଲେଜ ପ୍ରିନ୍ସିପାଲ ଡ. ସ୍ୱାଧୀନ ପଧାନ,ସୁମନ୍ତ କୁମାର ବାଜପେୟୀ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ #୩୩ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥଲା। ପ୍ରାୟତଃ ଅନେକ ରକ୍ତ ଦାତା ପ୍ରଥମ ଥର ରକ୍ତ ଦେଇ ଥିଲେ ଓ ଅତ୍ୟନ୍ତ ଖୁସୀ ଅନୁଭବ କରିଥିଲେ।ରକ୍ତ ଦାନ ଶିବିର ଆୟୋଜନ ପାଇଁ ଜମଲା ଡ଼ିଗ୍ରୀ କଲେଜ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ଓ କଲେଜ କର୍ତୃପକ୍ଷ ସୂପରିଚାଳନା କରିଥଲେ। ସମସ୍ତ ରକ୍ତ ଦାତା କଲେଜ କର୍ତୃପକ୍ଷ ସହଯୋଗୀ ଓ ଶୁଭେଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ହୃଦୟ ରୁ ବହୁତ୍ ବହୁତ୍ ଧନ୍ୟବାଦ୍।
