ଉଦଳା….. ଉଦଳା ବ୍ଲକ ଅଧୀନ କୁଣ୍ଡାବାଇ ର ସୁୟୋସ ବାରିକ (୪୬) | ଥାଲସେମିଆ ରୋଗ ରେ ପୀଡିତ ଥିବା ବେଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ହେବାକୁ ଉଦଳା ଡାକ୍ତରଖାନା କୁ ପରିବାର ଲୋକ ଆଣିଥିଲେ | ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତର କଟକ ରେଫର୍ କରି ଦେଲେ |ତାଙ୍କ ଭାଇ ଦୀପକ ଗୋଟିଏ ବେସରକାରୀ ଆମ୍ୱୁଲାନ୍ସ ଯୋଗାଡ କରିବା ସହିତ ସୁୟସ ଙ୍କୁ କଟକ ନେବାକୁ ପ୍ରସ୍ତୁତ ହୋଇଥିଲେ || ଆମ୍ୱୁଲାନ୍ସ ଟି ଉଦଳା ଡାକ୍ତରଖାନା ପରିସର ରେ ଥିବା ମେଡିସିନ ୱାର୍ଡ ନିକଟରେ ଛିଡା ହୋଇଥିଲା | ସୁୟୋସଙ୍କ ମୁହଁ ରେ ଅକ୍ସିଜେନ ମାସ୍କ ଲାଗିଥିଲା | ତେବେ ଆମ୍ୱୁଲାନ୍ସ ରେ ଦୁଇଟି ଅକ୍ସିଜେନ ସିଲିଣ୍ଡର ଥିବା ବେଳେ ହଠାତ୍ କୌଣସି କାରଣ ଯୋଗୁଁ ଗୋଟିଏ ସିଲିଣ୍ଡର ରେ ନିଆଁ ଲାଗି ବିସ୍ଫୋରଣ ଘଟିବା ସହିତ ହୁତୁ ହୁତୁ ହୋଇ ଜଳିଥିଲା | ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆମ୍ବୁଲାନ୍ସ ର ଛାତ ଉଡିଯାଇଥିଲା | ତେବେ ସ୍ଥାନୀୟ ଲୋକ ତଥା କର୍ମଚାରୀମାନଙ୍କ ସହାୟତା ରେ ସୁୟୋସ ଙ୍କୁ ସଙ୍ଗେ ସଙ୍ଗେ ଆମ୍ୱୁଲାନ୍ସ ବାହାରକୁ ନେବାରେ ସକ୍ଷମ ହୋଇଥିଲେ…କିନ୍ତ ନିଆଁ ରୁ ସେ ସିନା ବର୍ତ୍ତିଗଲେ, କିନ୍ତୁ ଅକ୍ସିଜେନ ଅଭାବରୁ ସୁୟୋସ ଙ୍କ ମୃତ୍ୟୁ ଘଟିଥିଲା | ଏହା ସହିତ ଦୁର୍ଘଟଣା ରେ ଆଉ ତିନି ଜଣ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି |
