ମଙ୍ଗଳପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ
ବେଲଗୁଣ୍ଠା,୦୭/୧୦, -(ଶିବରାମ ଚୌଧୁରୀ )-ମଙ୍ଗଳପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅବସରରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା. ସବିତା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ସ୍ୱଚ୍ଛତା ସଚେତନତା, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ସହ ପୁରସ୍କାର ବିତରଣ କରାଯାଇଥିଲା। ପରେ ବୃକ୍ଷରୋପଣ କରାଯାଇ ସବୁଜ ପରିବେଶ ପାଇଁ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ଆହ୍ୱାନ ଦିଆଯାଇଥିଲା। ଗ୍ରାମ ସ୍ତରରେ ପାଲା ମାଧ୍ୟମରେ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ସାମାଜିକ ଦାୟିତ୍ୱ ନେଇ ଲୋକଙ୍କୁ ସଚେତନ କରାଯାଇଥିଲା।ଗ୍ରାମବାସୀଙ୍କୁ ଖୋଲାରେ ଶୌଚ ନକରିବା, ଗ୍ରାମକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା, ଗ୍ରାମ କଲ୍ୟାଣ ସମିତି ପାଣ୍ଠିର ସୁପରିଚାଳନା ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ଆଶାକର୍ମୀ କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଭୁପାଦ ପ୍ରଧାନ, ବିଷ୍ଣୁ ପ୍ରସାଦ ପଣ୍ଡା, ଅଜୟ କୁମାର ବାରିକ, ସଂଗ୍ରାମ ପୋଲାଈ, ବାଳକୃଷ୍ଣ ପରିଡ଼ା, ସରୋଜ କୁମାର ନାୟକ, ଶିକ୍ଷୟିତ୍ରୀ ସସ୍ମିତା ପାତ୍ର, ଅମ୍ବିକା ପାତ୍ର, ଅନ୍ନପୂର୍ଣ୍ଣା ପାତ୍ର, ଧରିତ୍ରୀ ପ୍ରଧାନ, ଭାରପ୍ରାପ୍ତ ପିଏଚଇଓ ମାନସୀ ଦାସ, ସ୍ୱାସ୍ଥ୍ୟକର୍ମୀ ଜଗନ୍ନାଥ ଖଡ଼ଗରାୟ, ମେଡିକାଲ କର୍ମଚାରୀ ବିଦ୍ୟାଧର ନାୟକ ଓ ଅମର କୁମାର ଶତପଥୀ ପ୍ରମୁଖ ସହଯୋଗ କରିଥିଲେ। ବିପିଏମ୍ ଦୁର୍ଗା ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
