**ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିବାସୀ ବରିଷ୍ଠ ସାମ୍ବାଦିକ ରବିକାନ୍ତ ଠେଲା ଙ୍କ ଆଜି ୫୧ ବର୍ଷ ରେ ଦେହାନ୍ତ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ।*
ନୂଆପଡା (ମିଖାଏଲ ନନ୍ଦ)
ତା:୦୭.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନିବାସୀ ବରିଷ୍ଠ ସାମ୍ବାଦିକ ରବିକାନ୍ତ ଠେଲା ଙ୍କ ଆଜି ୫୧ ବର୍ଷ ରେ ଦେହାନ୍ତ ହୋଇଅଛି। ସେ ଦୀର୍ଘ ଦିନରୁ କିଡନୀ ଏବଂଲଙ୍ଗସ ସମସ୍ୟା ରେ ପୀଡ଼ିତ ଥିବା ବେଳେ ଖଡ଼ିଆଳ ରାୟପୁର, ଭୁବନେଶ୍ୱର, ବିଶାଖାପାଟନମ୍ ଆଦି ସ୍ଥାନ ରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ତ୍ରୀ ଗୋମତୀ ଠେଲା ତାଙ୍କ ଦୁଇ ସନ୍ତାନ କୃଷ୍ଣକାନ୍ତ ଠେଲା ଝିଅ ସାଗରିକା ଠେଲା ଶୋକାକୂଳ ପରିବେଶ ରେ ରହିଛନ୍ତି। ଏହି ଘଡ଼ି ସନ୍ଧି ମୁହୂର୍ତ୍ତ ରେ ଭଗବାନ ଶକ୍ତି ପ୍ରଦାନ କରନ୍ତୁ। ବିଭିନ୍ନ ମହଲ ରୁ ସମବେଦନା ଜଣାଇଛନ୍ତି। ଆଜି ଖଡ଼ିଆଳ ଠାରେ ତାଙ୍କ ସେଶକୃତ୍ୟ ସମ୍ପର୍ଣ୍ଣ ହେଉଅଛି। ସେ ଖଡ଼ିଆଳ ସକାଳ ପ୍ରତିନିଧି ଭାବରେ ଖବର ସଂଗ୍ରହ କରୁଥିବା ବେଳେ ସେ ଜଣେ ଭଦ୍ର, ମିଷ୍ଠ ଭାଷୀ ଏବଂ ଅମାୟିକ ବ୍ୟକ୍ତିତ୍ୱ। ତାଙ୍କ ବିୟୋଗ ରେ ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ବିଶେଷ କରି ଜିଲ୍ଲା ପ୍ରେସ କ୍ଲବ୍, ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ, ଜାନ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
