*ଗୋଟିଏ ଗ୍ରାମପଞ୍ଚାୟତ ରେ ଅନେକ ସମସ୍ୟା, ସୁଧାର ଆଣିବା ପାଇଁ ପ୍ରଶାସନ ଚୁପ୍, ଆବଶ୍ୟକ ସମାଧାନ କରିବ କିଏ*।
ନୂଆପଡା(ମିଖାଏଲ ନନ୍ଦ) ତା:୦୬.୧୦.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଗ୍ରାମପଞ୍ଚାୟତ। ଏହି ଗ୍ରାମପଞ୍ଚାୟତରେ ବସବାସ କରନ୍ତି ଶିକ୍ଷିତ ବୁଦ୍ଧିଜୀବୀ। କିନ୍ତୁ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍। ବରଗାଁ ତଳ ପଡ଼ା ବା ଶବର ପଡ଼ା ରହିଅଛି। ଶବର ପଡ଼ା ଠାରେ ଏକ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରି ପରୋଚାଲିତ୍ ହେଉଥିବା ବେଲଲେ ବିଦ୍ୟାଳୟ ରେ ବର୍ତ୍ତମାନ ୭୬ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି। ପୁରଣା ସ୍କୁଲ ଗୃହ ଭାଙ୍ଗି ନୂତନ ସ୍କୁଲ ଗୃହ କୁ ପୁନଃ ନିର୍ମାଣ ନେଇ ଅର୍ଥ ବରାଦ ହୋଇଥିବା ବେଳେ ସ୍କୁଲ ପ୍ଲୀନ୍ଥ କାର୍ଯ୍ୟ ହୋଇ ବନ୍ଦ ପଡ଼ିରହିଛି। ସ୍କୁଲ ଗାଁ ମାଝୀ ଥିବା କଲ୍ୟାଣ ମଣ୍ଡପ ରେ ପରିଚାଳିତ। ଦୁଇ ଜଣ ଶିକ୍ଷକ ଥିବା ବେଳେ କଲ୍ୟାଣ ମଣ୍ଡପ ଗୋଟିଏ ହଲ୍ ରେ ବାଲବଟିକା କୁ ମିଶାଇ ଏକ ରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଅଧ୍ୟ୍ୟାନ କରୁଛନ୍ତି। ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଯୋଗ ଯୋଗ କରିବା ସତ୍ତ୍ୱେ ସମସ୍ୟା ସମାଧାନ ବଦଳରେ ଜଟିଳତା ଭିତରକୁ ପଶୁଛନ୍ତି। ସ୍କୁଲ ନାମ ରେ ଜମି ନ ଥିବା ବେଲେ ଏକ ଘରୋଇ ଜମି ରେ ସ୍କୁଲ ନିର୍ମାଣ ହୋଇଥିଲା। ସ୍କୁଲ ନାମରେ ସରକାରୀ ଜମି ନାହିଁ। ସ୍କୁଲ ଗୃହ ଏକ ଘରୋଇ ମାଲିକ ନାମ ଥିବା ଜମିରେ ରହିଅଛି। ସଡ଼କ ଉପରେ ନର୍ଦ୍ଧମା ଜଳ ପ୍ରବାହିତ ହେଉଅଛି। ସେହି ନର୍ଦ୍ଧମା ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଦାବି
