**ନୂଆପଡ଼ା ବ୍ଲକରେ ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ ୨୦୨୬ ରେ ‘ସେବା ସେତୁ ଶିବିର’ ଅନୁଷ୍ଠିତ*।
ନୂଆପଡା(ମିଖାଏଲ ନନ୍ଦ)
ତା:୦୪.୧୦:
ନୂଆପଡ଼ା ବ୍ଲକରେ ବ୍ଲକସ୍ତରୀୟ ସେବା ସଙ୍କଳ୍ପ ଅଭିଯାନ ୨୦୨୬ – ଅନ୍ତର୍ଗତ ‘ସେବା ସେତୁ ଶିବିର’ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ସରକାରୀ ସେବାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସହଜ, ସ୍ୱଚ୍ଛ ଓ ସମୟୋଚିତ ଭାବେ ପହଞ୍ଚାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଅବସରରେ ମାନ୍ୟବର ବିଧାୟକ, ନୂଆପଡ଼ା ଜୟ ଢୋଲକିଆ, ମାନ୍ୟବର କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି, ପ୍ରେମ ଅଗରୱାଲ, ପଞ୍ଚାୟତ ସମିତି ନୂଆପଡ଼ା ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲୀପ ନିର୍ମଲ୍କର, ଜିଲ୍ଲା ପରିଷଦ ସଦସ୍ୟ ଉମା ଠାକୁର ଓ ଭାରତ ଲାଲ ରାଉତ, ସାହୁ ସମାଜ ସଭାପତି ଧନୀରାମ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନୂଆପଡ଼ା ରୋହିତ ଭୋଇ, ତହସିଲଦାର, ନୂଆପଡ଼ା ଲଲାତେନ୍ଦୁ ଦଣ୍ଡସେନାଙ୍କ ସମେତ ବ୍ଲକ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ।
‘ସେବା ସେତୁ’ ଶିବିରକୁ ଏକ ଏକୀକୃତ ସେବା କେନ୍ଦ୍ର ଭାବେ ଆୟୋଜନ କରାଯାଇଥିବାରୁ ନାଗରିକମାନେ ଗୋଟିଏ ସ୍ଥାନରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜାଣିବା, ଯୋଗ୍ୟତା ଯାଞ୍ଚ କରିବା, ପଞ୍ଜୀକରଣ ଓ ଆବେଦନ ଦାଖଲ କରିବା ସହ ପୂର୍ବରୁ ଦାଖଲ ହୋଇଥିବା ଆବେଦନର ସମ୍ପର୍କରେ ଜଣାଇବେ।
