ନିଷ୍ଠାପର ସେବା ପରେ ଅବସର ନେଲେ କନେଷ୍ଟବଳ ଧନଞ୍ଜୟ ଗିରି
ମୟୁରଭଞ୍ଜ ;-ମୋରଡା – 3/10 ଦୀର୍ଘ 39 ବର୍ଷ 4 ମାସ ମାସ ଧରି ପୁଲିସ ବିଭାଗରେ ନିଷ୍ଠା ଓ ସଚ୍ଚୋଟତାର ସହ କାର୍ଯ୍ୟ କରିବା ପରେ ମୋରଡ଼ା ବ୍ଲକ ଅନ୍ତର୍ଗତ ବରକନ୍ଦ ଗ୍ରାମର କନେଷ୍ଟବଳ ଧନଞ୍ଜୟ ଗିରି ଅବସର ଗ୍ରହଣ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ‘ଗିରି ବାବୁ’ ଭାବେ ବେଶ ପରିଚିତ ଧନଞ୍ଜୟ ଗିରି ତାଙ୍କ ନିଷ୍ଠାପର ଓ ସଛୋଟ କାର୍ଯ୍ୟଶୈଳୀ ପାଇଁ ସହକର୍ମୀ ଓ ସାଧାରଣ ଲୋକଙ୍କ ମଧ୍ଯରେ ହୋଇପାରିଥିଲେ। ୧ ମେ ୧୯୮୭ରେ କୋରାପୁଟ ଜିଲ୍ଲାରେ କନେଷ୍ଟବଳ ଭାବେ ପୁଲିସ ବିଭାଗରେ ଯୋଗଦେଇଥିବା ଧନଞ୍ଜୟ ଗିରି ପରବର୍ତ୍ତୀ ସମୟରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା, କପ୍ତିପଦା, ବୈଶିଙ୍ଗା, ଶରତ, ମୋରଡା ଥାନା ସମେତ ଚିତ୍ରଡା ଫାଣ୍ଡି, ବଡାମପୁର ଫାଣ୍ଡି ଓ ରାସଗୋବିନ୍ଦପୁର ଥାନାରେ କାର୍ଯ୍ୟ କରିଥିଲେ । ଚାକିରି ଜୀବନରେ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ବି ଭି ନ୍ନ ସମୟରେ ଟ୍ରୋଫି ଓ ମେଡାଲରେ ସମ୍ମାନିତ ହୋଇଥିଲେ। କୋଭିଡ୍-୧୯ ମହାମାରୀ ସମୟରେ ମଧ୍ୟ ସେ କୋଭିଡ୍ ଯୋଦ୍ଧା ଭାବେ ସେବା ପ୍ରଦାନ କରି ସାର୍ଟିଫିକେଟ୍ ଓ ଟ୍ରୋଫି ପାଇଥିଲେ। ଦୀର୍ଘଦିନର ତାଙ୍କର ନିଷ୍ଠାପର ସେବାକୁ ପ୍ରଶଂସା କରିବା ସହ ଅବସର ପରବର୍ତ୍ତୀ ଜୀବନ ସୁଖମୟ ଓ ଶାନ୍ତିପୁର୍ଣ । ସେପମ୍ବର ୩୦, ୨୦୨୬ରେ ଚାକିରିରୁ ଅବସର ନେବା ଅବସରରେ ମୟୂରଭଞ୍ଜ ଏସ୍ ପି ବରୁଣ ଗଣ୍ଡୁପଲ୍ଲୀ ଧନଞ୍ଜୟ ଗିରିଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ ହେଉ ବୋଲି ଏସ୍ପି ଶୁଭେଚ୍ଛା ଜଣାଇଥିଲେ। ଏହି ଅବସର ସମୟରେ ଧନଞ୍ଜୟ ଗିରିଙ୍କ ପତ୍ନୀ ମମତା ଗିରି ଓ ପୁତ୍ର ବିକାଶ କୁମାର ଗିରିଙ୍କ ସମେତ ପୁଲିସ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
ମୟୁରଭଞ୍ଜ ରୁ ମୋନାଲି ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
