ପାନୀୟ ଜଳ ସମସ୍ୟାରେ ପୁରିନ୍ଦା ଗ୍ରାମ,ବେତନଟୀ ବିଡିଓ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର।
ବେତନଟୀ : ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟାରେ ଛଟପଟ ହେଉଛନ୍ତି ବେତନଟୀ ବ୍ଲକ ଅଧୀନ ପୁରିନ୍ଦା ଗ୍ରାମର ଗ୍ରାମବାସୀ। ଗାଁ ରେ ଥିବା ନଳକୂପ ଓ ପାଇପ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ ହୋଇ ପଡିଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ମାସ ପୂର୍ବରୁ ପନୀୟ ଜଳ ପାଇଁ ପାଇପ ଲାଇନ ଜରିଆରେ ପାଣି ମିଳୁଥିଲା କିନ୍ତୁ କିଛି ଦିନ ତଳେ ଇଲେକ୍ଟ୍ରି ବିଭାଗ ତରଫରୁ ଖୁଣ୍ଟ ପୋତିବା ବେଳେ ପାଇପ ଲାଇନ କୁ ବିଭିନ୍ନ ସ୍ଥାନ ରେ ଫଟାଇ ଦେବାରୁ ଏବେ ପାଣି ଯୋଗାଣ ବନ୍ଦ ହୋଇ ପଡିଛି। ଏ ବାବଦରେ ବେତନଟୀ ବ୍ଲକ ବିଡ଼ିଓ, ଆର ଡବ୍ଲୁ ଏସ ଏସ, ଇଲେକ୍ଟ୍ରି ଅଫିସ ରେ ଜଣାଇଲେ ମଧ୍ୟ କିଛି ପଦକ୍ଷେପ ନିଆ ଯାଇ ନାହିଁ। ଯାହାଫଳ ରେ ସମ୍ପୂର୍ଣ ଗ୍ରାମ ବାସୀ ଗ୍ରାମ ନିକଟରେ ପରିତ୍ୟକ୍ତ ଅବସ୍ଥା ରେ ପଡିରହିଥିବା ଚୁଆ ରୁ ପାଣି ନେଇ ବ୍ୟବହାର କରୁଛନ୍ତି। ଯାହା କି ଆଗାମୀ ଦିନରେ ଦୂଷିତ ପାଣି ଜନିତ ବିଭିନ୍ନ ମହାମାରୀ ରୋଗ ର ଶିକାର ହେବାରେ ଗ୍ରାମବାସୀ ମାନଙ୍କୁ କେହିବିବଞ୍ଚାଇ ପାରିବେ ନାହିଁ। ତେଣୁ
ଏହି ସମସ୍ୟାର ସମାଧାନ ପାଇଁ ଆଜି ପୁରିନ୍ଦା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକାଠି ହୋଇ ବେତନଟୀ ବିଡିଓଙ୍କ ଜରିଆରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
“ଜଳ ଜୀବନ ମିଶନରେ ସରକାର କୋଟି କୋଟି ଟଙ୍କା ଖର୍ଚ କରାଯାଉଛି , କିନ୍ତୁ ଆମ ଗାଁରେ ଆଜି ପର୍ଯ୍ୟନ୍ତ ବିଶୁଦ୍ଧ ପାଣି ଟୋପେ ପାଇଁ କେହି ସରକାରୀ ଅଫିସର ମାନେ କର୍ଣ୍ଣପାତ କରୁନାହାନ୍ତି।
ଯଦି ତୁରନ୍ତ ସମାଧାନ ନ ହୁଏ, ଆମେ ରାଜରାସ୍ତାକୁ ଓହ୍ଲାଇବୁ” ବୋଲି ଗ୍ରାମବାସୀ କହିଛନ୍ତି। ଏହି ଅବସର ରେ ଜିଲ୍ଲାପରିଷଦ ମେମ୍ବର ବିଶ୍ୱନାଥ ହେମ୍ବ୍ରମ ଦୀପାମଣୀ ଦାସ, ଆଲଦି ହେମ୍ବ୍ରମ,ଜ୍ୟୋତ୍ସ୍ନାମଣି ମହାନ୍ତ,ଲକ୍ଷ୍ମୀ ସରେନ,ଲକ୍ଷ୍ମୀ ମହାନ୍ତ,ନିଶାମଣୀ ମହାନ୍ତ,ପଙ୍କଜିନୀ ମହାନ୍ତ,ମଧୁସୂଦନ ମହାନ୍ତ ଙ୍କ ସହିତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।
