ମୁଣ୍ଡାରୀ ଭାଷା ସ୍ଵୀକୃତି ନିମନ୍ତେ କୁଳିଅଣା ବ୍ଲକ ସ୍ତରୀୟ ବିଶାଳ ପ୍ରସ୍ତୁତି ବୈଠକ।
ଅଦ୍ୟ ତା୦୧/୧୦/୨୦୨୬ରିଖ (ଗୁରୁବାର) ଚାନ୍ଦୁଆ ବିର୍ସା ମୁଣ୍ଡା ମୈଦାନ ଖେଳ ପଡିଆରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ୧୭ ଗ୍ରାମପଞ୍ଚାୟତର ପ୍ରତିନିଧି ଦଳ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ “ମୁଣ୍ଡା ସ୍ଵଶାସନ ଗୁଟଗାମ୍” ଓ “ମୁଣ୍ଡାରୀ ଭାଷା ସମନ୍ୱୟ ସମିତି”ଙ୍କ ମିଳିତ ଉଦ୍ୟମରେ ବ୍ଲକସ୍ତରୀୟ ବିଶାଳ ଜନସମାବେଶ ପ୍ରସ୍ତୁତି ନିମନ୍ତେ “ମୁଣ୍ଡାରୀ ବାନିର ସ୍ରଷ୍ଟା ଅଲ୍ ଗୁରୁ ପଣ୍ଡିତ୍ ରୋହିଦାସ ସିଂ ନାଗଙ୍କ ଜନ୍ମ ମାଟି ଚାନ୍ଦୁଆ ଠାରେ” ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମୁଣ୍ଡା ସ୍ଵଶାସନ ଗୁଟଗାମର ଜିଲ୍ଲା ଆବାହକ ମନୋରଞ୍ଜନ ସିଂଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି। ଉକ୍ତ ବୈଠକରେ ମୁଣ୍ଡାରୀ ଭାଷା ସମନ୍ୱୟ ସମିତିର ବ୍ଲକ ସଭାପତି ସତ୍ୟବାନ୍ ସିଂ, ସମ୍ପାଦକ ବୁଧୁରାମ ସିଂ, ମୁଣ୍ଡାରୀ ଶିକ୍ଷକ ସୁବୋଧ ଚନ୍ଦ୍ର ସିଂ, ବୁଧୁ ସିଂ, ପଣ୍ଡିତ ସିଂ, ସତକୋଟି ଚାନ୍ଦ ସିଂ, ହାତୁ ମୁଣ୍ଡା ରଙ୍ଗଲାଲ୍ ସିଂ, ଦେହୁରୀ ରୁଇହା ସିଂ, ଡାକୁଆ ଜୀତରାୟ ସିଂ,ସମାଜସେବୀ ନବୀନ ଚନ୍ଦ୍ର ସିଂ, ଦୁଲାରୀ ସିଂ, ଆରାମ ପୋଲିସ ସିଂ, ତପନ ସିଂ, ଦିନବନ୍ଧୁ ସିଂ, ହେମେନ୍ଦ୍ର ସିଂ, ମନୋରଞ୍ଜନ ସିଂ ରେଲା, ସାବିତ୍ରୀ ସିଂ, ଆରତୀ ସିଂ ଏବଂ ଅନ୍ୟାନ୍ୟ ସମସ୍ତ ସମାଜସେବୀ ଗଣ ଉପସ୍ଥିତ ଥିଲେ। ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ଏବଂ ରାଜ୍ୟର ଦ୍ବିତୀୟ ରାଜ ଭାଷାରେ ମାନ୍ୟତା ପ୍ରଦାନ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇ ଜନସମାବେଶକୁ ସୁଚାରୁରୂପେ ସମ୍ପାଦନା କରିବା ପାଇଁ ଆହ୍ଵାନ ଦେଇ ଶେଷରେ ମୁଣ୍ଡାରୀ ଶିକ୍ଷକ ସୁବୋଧ ଚନ୍ଦ୍ର ସିଂ ସଭାଟିକୁ ସାଙ୍ଗ କଲେ।
