ଅକ୍ଟୋବର ୧୦ ରେ “ପ୍ରଣାମ ପ୍ରଣବ” ଓ ଡିସେମ୍ବର ରେ ମାଣିକେଶ୍ଵରୀ ମହୋତ୍ସବ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଭବାନୀପାଟଣା,୨୯/୦୯: ଓଡ଼ିଶାର ପ୍ରଖ୍ୟାତ କଣ୍ଠ ଶିଳ୍ପୀ ପ୍ରଣବ ପଟ୍ଟନାୟକ ଙ୍କ ସ୍ମୃତିରେ ଭବାନୀପାଟଣା ଯୁବ ସାଂସ୍କୃତିକ ପରିଷଦ ସୁର ସଙ୍ଗୀତ ପକ୍ଷରୁ ଭବାନୀପାଟଣାରେ ଅକ୍ଟୋବର ୧୦ ତାରିଖରେ ‘ ପ୍ରଣାମ ପ୍ରଣବ ‘ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଏହି ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିରେ ସ୍ଥାନୀୟ ଓ ଜିଲ୍ଲା ବାହାରର କଳାକାର ଯୋଗ ଦେବେ ଓ ପ୍ରଣବ ପଟ୍ଟନାୟକଙ୍କ ଗୀତ ଗୁଡ଼ିକ ପରିବେଷଣ କରିବେ। ସେହିପରି ଡିସେମ୍ବର ମାସରେ ଭବାନୀପାଟଣା ଯୁବ ସାଂସ୍କୃତିକ ପରିଷଦ ସୁର ସଙ୍ଗୀତ ପକ୍ଷରୁ ” ମାଣିକେଶ୍ଵରୀ ମହୋତ୍ସବ” ଆୟୋଜନ କରାଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଉପଦେଷ୍ଠା ଦେବୀ ପ୍ରସାଦ କାନୁନଗୋ,ସଭାପତି ଭୂପେଶ ତ୍ରିପାଠୀ, ଉପ ସଭାପତି ପ୍ରଦୀପ ସାହୁ, ସଂଗଠନ ସମ୍ପାଦକ ତ୍ରିବିକ୍ରମ ଷଡଙ୍ଗୀ, ଶିକ୍ଷାବିତ୍ ଡ଼ ଅଜୟ ମିଶ୍ର, ଆଇନଜୀବୀ ହରଜିନ୍ଦର୍ ସିଂ, ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର ଓ ସ୍ୱାଧୀନ ପାତ୍ର ମଞ୍ଚାସିନ ଥିଲେ।
