ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଗିରଫ ହେଲେ ରସିକ ମାଷ୍ଟର
ସିନ୍ଧେକେଲା, ୨୮/୯ (ଭଞ୍ଜଦୂତ ) : କଣ୍ଟାବାଞ୍ଜି ଝସ କେତନ ନାଗ ଙ୍କ ରିପୋର୍ଟ୍ ଟିଟିଲାଗଡ଼ ବ୍ଲକ ସିନ୍ଧେକେଲା ଥାନା କୁଶକେଲା ପଞ୍ଚାୟତ ଲିମପଡ଼ା ସ୍କୁଲର ମାଟ୍ରିକ୍ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଗଣିତ ଶିକ୍ଷକ ଗିରଫ ହୋଇଛନ୍ତି। ଶିକ୍ଷକ ଜଣକ ହେଲେ ଟେକର ସିଂ ମାଝି (୩୦)।
ସୂଚନା ଅନୁସାରେ ଲିମପଡ଼ା ସ୍କୁଲରେ ମାଟ୍ରିକ୍ରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ ଓ ଅଶ୍ଳୀଳ ମେସେଜ କରୁଥିଲେ ଶିକ୍ଷକ। ଝିଅଙ୍କ ପରିବାର ବାପା ମା ତାମିଲନାଡୁ ରାଜ୍ୟରେ ଦାଦନ ଖଟିବାକୁ ଯାଇଛନ୍ତି। ଝିଅ ନିଜ ବୁଢ଼ା ଦାଦା ଓ ବୁଢ଼ି ନାନୀଙ୍କ ସହିତ ଘରେ ରହୁଥିଲେ। ଏହାର ସୁଯୋଗ ଦେଖି ଶିକ୍ଷକ ପ୍ରେମ ନିବେଦନ କରି ଝିଅଙ୍କ ଫୋନରେ ଅଶ୍ଳୀଳ ମେସେଜ କରୁଥିଲେ।
ଝିଅଙ୍କ କାକା ସମସ୍ତ ଘଟଣା ଜାଣି ଶିକ୍ଷକଙ୍କୁ ତାଗିଦ କରିଥିଲେ। ବାରମ୍ବାର ତାଗିଦ ପରେ ମଧ୍ୟ ଶିକ୍ଷକ ଜଣକ ସୁଧୁରି ନଥିଲେ। ତେଣୁ ବାଧ୍ୟ ହୋଇ ଝିଅଙ୍କ କାକା ଓ କିଛି ଯୁବକ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ।
ସିନ୍ଧେକେଲା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ସ୍କୁଲରୁ ଉଦ୍ଧାର କରି ଥାନାକୁ ଆଣି ଘଟଣାର ଅଧିକ ତଦନ୍ତ କରିଛି। ଝିଅଙ୍କ ପରିବାର ପକ୍ଷରୁ ଝିଅଙ୍କ କାକା ଲିଖିତ ଅଭିଯୋଗ କରିଥିବା ବେଳେ ଶିକ୍ଷକଙ୍କୁ ଡାକ୍ତରି ମାଇନା କଲାପରେ ଆଇନ ଅନୁସାରେ ବିଚାର ବିଭାଗୀୟ ହାଜତକୁ ପଠାଯିବ ବୋଲି ପୁଲିସ କହିଛି।
