ତାଳଚେର PMPGHର କର୍ମଚାରୀ ବଦଳିକୁ ନେଇ ଅସନ୍ତୋଷ!
ଘରଠାରୁ ମାତ୍ର ୨ କି.ମି. ଦୂରରେ କାମ କରୁଥିଲୁ, ଏବେ ୨୦ କି.ମି. ଦୂରକୁ ବଦଳି!” — କର୍ମଚାରୀଙ୍କ ଅଭିଯୋଗ
ତାଳଚେରର:(ମନୋଜ ରାଉତ)(ନିପ୍ର): ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ (PMPGH) ରେ କାର୍ଯ୍ୟରତ କିଛି Staff Nurse, Technician ଓ Ward Attendantଙ୍କ ବଦଳିକୁ ନେଇ ଅସନ୍ତୋଷ ଦେଖାଦେଇଛି।
ଅଭିଯୋଗପତ୍ରରେ କର୍ମଚାରୀମାନେ ଦର୍ଶାଇଛନ୍ତି ଯେ, ୭ ସେପ୍ଟେମ୍ବର ୨୦୨୬ ତାରିଖରେ G. Manju Service Group ପକ୍ଷରୁ କିଛି କର୍ମଚାରୀଙ୍କୁ ତାଳଚେର PMPGHରୁ ଅନ୍ୟତ୍ର କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ମିଳିଥିଲା।
କର୍ମଚାରୀଙ୍କ କହିବା ଅନୁସାରେ, ଘରଠାରୁ PMPGHର ଦୂରତା ମାତ୍ର ପ୍ରାୟ ୨ କିଲୋମିଟର, କିନ୍ତୁ ନୂଆ କାର୍ଯ୍ୟସ୍ଥଳକୁ ଯିବାକୁ ହେଲେ ପ୍ରାୟ ୨୦ କିଲୋମିଟର ଯାତାୟାତ କରିବାକୁ ପଡ଼ିବ। ଏଥିରେ ଯାତାୟାତ ଖର୍ଚ୍ଚ, ସମୟ ଓ ପରିବାରିକ ସମସ୍ୟା ବଢ଼ିବ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ଆହୁରି ଅଭିଯୋଗ ହେଉଛି, ୧୧ ସେପ୍ଟେମ୍ବର ୨୦୨୬ରେ GM Jagannath ଏବଂ Superintendent PMPGHଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା କର୍ମଚାରୀମାନେ ଦାବି କରିଛନ୍ତି।
ଏହାପରେ ୨୯ ସେପ୍ଟେମ୍ବର ୨୦୨୬ରେ କର୍ମଚାରୀମାନେ ଲିଖିତ ଭାବେ ନିଜ ଅସୁବିଧା ଜଣାଇଛନ୍ତି। ଚିଠିର ନକଲ GM Jagannath Area, Superintendent PMPGH ଏବଂ G. Manju Service Pvt. Ltd. ଙ୍କୁ ଦିଆଯାଇଛି।
ପ୍ରଶ୍ନ ଏବେ ଏହା—
ସ୍ଥାନୀୟ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ବଦଳି ପଛରେ କାରଣ କଣ?
ଯେଉଁମାନେ ଏତେଦିନ ଧରି PMPGHରେ ରୋଗୀ ସେବା କରୁଥିଲେ, ସେମାନଙ୍କୁ ହଠାତ୍ ଅନ୍ୟତ୍ର ପଠାଇବାର ଆବଶ୍ୟକତା କାହିଁକି ପଡ଼ିଲା?
କର୍ମଚାରୀମାନଙ୍କ ଅଭିଯୋଗର ଯଥାର୍ଥ ତଦନ୍ତ କରି ନ୍ୟାୟସଙ୍ଗତ ସମାଧାନ କରାଯିବ କି? ଏବେ ଏହା ଉପରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଉତ୍ତରକୁ ଅପେକ୍ଷା।
ରୋଗୀ ସେବା ଯେପରି ପ୍ରଭାବିତ ନହୁଏ ଏବଂ କର୍ମଚାରୀଙ୍କ ସମସ୍ୟାର ମଧ୍ୟ ସମାଧାନ ହୁଏ—ଏହା ହିଁ ଏବେ ସାଧାରଣ ଲୋକଙ୍କ ଦାବି।
