
ଗଜପତି( ଟିକି ଲିମା) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ସଭା ଗୃହରେ ଆଜି ବାରଟା ବେଳେ ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଙ୍ଘର ଜିଲ୍ଲା ସ୍ତରୀୟ ବାର୍ଷିକ ସାଧାରଣ ବୈଠକ ଏବଂ ଆଲୋଚନା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଂଘର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ସ୍ୱାଇଁ, ଉପ ସଭାପତି କେ ପ୍ରତାପ, ସମ୍ପାଦକ କୃଷ୍ଣଚନ୍ଦ୍ର ବିଶ୍ବାଳ, ସହ ସମ୍ପାଦକ ଶଶି ପଟନାୟକ, କୋଷାଧକ୍ଷ ଗାୟତ୍ରୀ ନାୟକ, ଉପଦେଷ୍ଟା ଧିରେନ୍ ପଣ୍ଡା, ଆଡିଟର କେ ମନ୍ମଥ ରାଓ ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ଦିବସ ପାଳନକୁ ନେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଜିଲ୍ଳା ସ୍ତରୀୟ ବାର୍ଷିକ ଉତ୍ସବ ପାଳନ ପୂର୍ବକ ରାଜସ୍ବ ବିଭାଗରେ ରହୁଥିବା ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇ ତାହାର ସମାଧାନ କିପରି କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା ।