କଳାହାଣ୍ଡି (କୁଳପତି ଶବର) : ଇନ୍ଦ୍ରାବତୀ ପ୍ରକଳ୍ପ ରୁ ୨୫/୨୬ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ କରାଯାଇଛି ଶୁକ୍ରବାର ପୂର୍ବାହ୍ନରେ ୧୦ଟା ବେଳେ ପୂଜା ଅର୍ଚ୍ଚନା ପରେ ବାମ ଦକ୍ଷିଣ ଓ ମେଗା ଉଠା ଜଳସେଚନ କେନାଲ ମାନଙ୍କ ରେ ଜଳ ସେଚନର ଶୁଭାରମ୍ଭ କରାଯାଇଥିଲା ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ଆଠଟି ବ୍ଲକର ମୋଟ ୫୦୧ ଗ୍ରାମର ୧,୧୮,୦୯୦ ହେକ୍ଟର ଜମିରେ ଖରିଫ ଜଳ ସେଚନର ଲକ୍ଷ ରଖାଯାଇଛି ପ୍ରତିବର୍ଷ ଖରିଫ ଜଳ ସେଚନ ଆରମ୍ଭ ରୁ ଆଶା ଓ ଆଶଙ୍କା ମଧ୍ୟରେ ରହି ଆସୁଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଚଳିତ ବର୍ଷ ପାଇଁ ଏକ ଆଶାରଜନକ ସ୍ଥିତି ଆରମ୍ଭ ରୁ ସୃଷ୍ଟି ହୋଇଛି ଗତ ବର୍ଷ ଆଜିର ଦିନରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ର ସ୍ଥିତି ୬୨୭,୩୧୦, ମିଟର ରହିଥିବାବେଳେ ଚଳିତ ବର୍ଷ ସେହି ଜଳସ୍ତର ପ୍ରାୟଛଅ ମିଟର ବୃଦ୍ଧି ପାଇଁ ୬୩୩,୧୯ମିଟର ରେ ରହିଥିବା ସୂଚନା ମିଳିଛି ଏଭଳି ସ୍ଥିତିରେ ଜଳ ଭଣ୍ଡାର ମଧ୍ୟକୁ ୧୮୩,୯୯୬କୁମେକ୍ସ ପାଣି ପ୍ରବେଶ କରୁଥିବା ବେଳେ ସେଚନ ଓ ବିଦ୍ୟୁତ୍ ଉତ୍ପାଦନ ପାଇଁ ୭୬,୬୬୬କୁମେକ୍ସ ପାଣିଛଡ଼ା ଯିବା ସହ ମେଗାୱାଟ ବିଦ୍ୟୁତ ଉତ୍ପାଦିତନ କରାଯାଉଥିବା ସୂଚନା ମିଳିଛି ।
