ହରଭଙ୍ଗା (କୃଷ୍ଣଚନ୍ଦ୍ର ସିଂହ) : ହରଭଙ୍ଗା ବ୍ଳକ ଅନ୍ତର୍ଗତ ସାମ୍ପୋଚ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଭାଗର ବିଦ୍ୟାର୍ଥୀ ମନ୍ତ୍ରୀମଣ୍ଡଳ ଗଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ରଜନୀକାନ୍ତ ପ୍ରଧାନଙ୍କ ପରାମର୍ଶ କ୍ରମେ ବରିଷ୍ଠ ଶିକ୍ଷକ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ଏକ ସ୍ବତନ୍ତ୍ର ବୈଠକରେ ବିଦ୍ୟାଳୟର ସମସ୍ତ ବ୍ୟବସ୍ଥା କିପରି ବ୍ୟବସ୍ଥିତ ଓ ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ ସେଥିପାଇଁ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ କରାଯାଇ ମନ୍ତ୍ରୀମଣ୍ଡଳ ଗଠନ କରାଯାଇଥିଲା l ପ୍ରାଥମିକ ସ୍ତରରୁ କିପରି ବିଦ୍ୟାର୍ଥୀ ମାନଙ୍କ ନେତୃତ୍ବ ନେବା କଳାର ବିକାଶ ହୋଇପାରିବ ସେଥିପାଇଁ ଏକ ସ୍ଵତନ୍ତ୍ର ପ୍ରଚେଷ୍ଟା ମୁଖ୍ୟମନ୍ତ୍ରୀ ଭାବେ ସୁନିଲ ଅମାତ, ଉପ ମୁଖ୍ୟମନ୍ତ୍ରୀ ଭାବେ ସୀତା ବେହେରା ଓ ପ୍ରଜ୍ଞା ନାଏକ, ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଅଂଶୁପା ରାଣୀ ସାହୁ ଓ ସୌମ୍ୟରଞ୍ଜନ ପ୍ରଧାନ, ଖାଦ୍ୟ ମନ୍ତ୍ରୀ ଭାବେ ଦେବାଶିଷ ଭୋଇ ଓ ସ୍ନେହାରାଣୀ ମହାକୁଡ଼, ପରିବେଶ ମନ୍ତ୍ରୀ ଭାବେ ଶ୍ରୀତମ ମହାକୁଡ଼ ଓ ସୁଧାଂଶୁ ନାଏକ, ଶିକ୍ଷାମନ୍ତ୍ରୀ ଭାବେ ଅଙ୍କିତ ବେହେରା, ରୋସନ୍ ଗାଇଗୌରିଆ ଓ ପ୍ରଜ୍ଞା ରାଣୀ ବେହେରା, କ୍ରୀଡା ମନ୍ତ୍ରୀ ଭାବେ ରାହୁଲ ଭୋଇ ଓ ଅଭିଜିତ ମହାକୁଡ଼, ଶୃଙ୍ଖଳା ମନ୍ତ୍ରୀ ଭାବେ ଅମିତ୍ ଦଣ୍ଡସେନା ଓ ପ୍ରଜ୍ଞା ପାରମିତା ସାହୁ ଏବଂ ସୁରକ୍ଷା ମନ୍ତ୍ରୀ ଭାବେ ନିତ୍ୟାନନ୍ଦ ପଲିଆ, ରାହୁଲ ବେହେରା, ବିବେକ ସାହୁ, ଅଲେଖ ବେହେରା ଦାୟିତ୍ଵ ନେଇ ଶପଥ ଗ୍ରହଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ ଶିକ୍ଷକ ବଂଶୀଧର ପାଢ଼ୀଙ୍କ ସଂଯୋଜନାରେ ହୋଇଥିବା ବେଳେ ବରିଷ୍ଠ ଶିକ୍ଷକ ନିରଞ୍ଜନ ଜେନା ମନ୍ତ୍ରୀମଣ୍ଡଳର ଦାୟିତ୍ଵ ସମ୍ପର୍କରେ ଅବଗତ କରାଇଥିଲେ l ଶିକ୍ଷକ ବିଶ୍ୱଜିତ ଲଉରିଆ, ବିଭୁତି ଭୁଷଣ ପ୍ରଧାନ ଓ ପ୍ରିୟଙ୍କା ଚମ୍ପତିରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବିଦ୍ୟାଳୟର ଏଭଳି କାର୍ଯ୍ୟକୁ ଅଭିଭାବକମାନେ ଉଚ୍ଚ ପ୍ରଶଂସା କରିଛନ୍ତି l
