*ଚାଷ କୂଅ ନିର୍ମାଣ ବିବାଦ: ଘଟଣାସ୍ଥଳରେ ପ୍ରଶାସନିକ ତଦନ୍ତ, ମାଟି ବସିବା ପରେ କାମ ଶେଷ ହେବା ନେଇ ହିତାଧିକାରୀଙ୍କ ସଫେଇ।*
ନୂଆପଡା(ମିଖାଏଲ ନନ୍ଦ) ତା:୨୩.୦୯.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ କୃଷି ବିଭାଗ ପକ୍ଷ ରୁ ୨୦୨୬ ଆର୍ଥିକ ବର୍ଷରେ ଚାଷ କୁଆଁ ନିର୍ମାଣ ନେଇ ହିତାଧିକାରୀ ଚୟନ କରି ୯୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ ହୋଇଅଛି। ଉପରୋକ୍ତ କୁଆଁ ନିର୍ମାଣ ହୋଇ ନଥିବା ଅଭିଯୋଗ ନେଇ ଜିଲ୍ଲା ସାମାଜିକ ସମୀକ୍ଷା ବୈଠକ ଅଭିଯୋଗ ଆସିଥିଲା। ଏହି ଅଭିଯୋଗ କୁ ଭିତ୍ତି କରି ବିଭାଗୀୟ ତଦନ୍ତ ପାଇଁ ଆହ୍ୱାନ କରିଥିଲେ। ଚଳିତ ବର୍ଷ ୨୩ ଗୋଟି କୁଆଁ ଖନନ ହୋଇଅଛି। ସମସ୍ତ କୁଆଁ କୁ ତଦନ୍ତ ନେଇ ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ। ପରିଦର୍ଶନ ବେଳେ କାମ ଦେଖିବା ସହ ଖନନ ଏବଂ ବର୍ତ୍ତମାନ ଗଭୀର ମାପ ହୋଇଥିବା ବେଳେ ଆବଶ୍ୟକ ଚାନ୍ଦିନୀ ନିର୍ମାଣ ନେଇ ପ୍ରକାଶ କରିଥିଲେ। କୃଷି ବିଭାଗ ପକ୍ଷ ରୁ ଗତ ଟଲଗ୍ରୀଷ୍ମ ମାସ ରେ ଖନନ ହୋଇଥିବା ବେଳେ ମାଟି ଜମିବା ପରେ ଚାନ୍ଦିନୀ ନିର୍ମାଣ ହେବ ବୋଲି କୃଷି ବିଭାଗ ପକ୍ଷ ରୁ ପ୍ରକାଶ କରିଛନ୍ତି। ଏହି ପ୍ରତିନିଧି ଦଳ ରେ ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାର, ସାମାଜିକ ସମୀକ୍ଷା ସଦସ୍ୟ ବରିଷ୍ଠ ସଦସ୍ୟ ଅଜିତ୍ ପଣ୍ଡା, ତପନ ରଂଜନ ଦାଶ, ଏପିଓ ଜିତେନ୍ଦ୍ର ସାହୁ, କୃଷି ବିଭାଗ ସହକାରୀ ଯନ୍ତ୍ରୀ ଯୋଜ ଯୋଜ, ସନ୍ଦୀପ ଯୋ ଯୋ ପ୍ରମୁଖ ଯୋଗ ଦେଇଥିଲେ।
