*କୋମନାରେ ବନ ବିଭାଗର ବଡ଼ ସଫଳତା: କଲରାପତରିଆ ବାଘ ଛାଲ ସହ ୨ ଗିରଫ, ସାମ୍ବାଦିକ ସମ୍ମିଳନୀରେ ସୂଚନା*
ନୂଆପଡା(ମିଖାଏଲ ନନ୍ଦ)
ତା:୨୩.୦୯.
ଓଡ଼ିଶା ବନ ଭିଜିଲାନ୍ସ ଓ କୋମନା ରେଞ୍ଜ ମିଳିତ ଆନୁକୂଲ୍ୟରେ ଏକ କଲରାପତରିଆ ବାଘ ଛାଲ ଜବତ କରିଛନ୍ତି ବାଘ ଛାଲଟି ବିକ୍ରି ପାଇଁ ସଉଦା ହେବା ବେଳେ ଘଟଣାର ଖବର ପାଇ ଚଢ଼ାଉ କରିଥିଲେ। ବର୍ତ୍ତମାନ ତଦନ୍ତ ରେ ଅନ୍ୟ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି।ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ କୋମନା ରେଞ୍ଜ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।କୁମୁଟିମୁଣ୍ଡା ଗ୍ରାମର ଇନାୟତ ଅଲ୍ଲୀଙ୍କୁ ଗତ କାଲି ଗିରଫ କରିଥିବା ବେଳେ ପଚରା ଉଚରା ବେଳେ ବାରକୋଟ ଗ୍ରାମର ମନୋଜ କୁମାର ସାହୁ ମଧ୍ୟ ସାମିଲ ଥିବା ପ୍ରକାଶ କରିଥିଲେ । ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ବାଘର ମୁଣ୍ଡରୁ ଲାଞ୍ଜ ପର୍ଯ୍ୟନ୍ତ ୧୨୨ ସିଏମ ଥିବା ବେଳେ ବାଘ ଛାଲ ପେଟ ପାଖରେ କ୍ଷତ ଥିବା ନେଇ ସେଠାରେ ତାକୁ ଆଘାତ କରି ହତ୍ୟା କରାଯାଇଥିବା ଜଣାପଡିଛି। ଏକ ବର୍ଷ ମଧ୍ୟରେ ବାଘ କୁ ମାରିଥିବା ଅନୁମାନ କରାଯାଏ।ଏହି ଘଟଣା ନେଇ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଧାରା ୫୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ଆଜି ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି। ସାମ୍ବାଦିକ ସମ୍ମିଲନୀ ରେ ଖଡ଼ିଆଳ ଏସିଏଫ ପ୍ରସଂଜିତ୍ ନାଏକ, କୋମନା ରେଞ୍ଜର ଦାଶରଥି ଶବର ପ୍ରମୁଖ ଉପସ୍ଥିତ ଥିଲେ
