ରିପୋର୍ଟ :-ସୁଧୀର କୁମାର ବରାଳ
କୋଟପାଡ଼ ଭକ୍ତି ସ୍ୱରୂପା ବିଦ୍ୟା ନିକେତନ ଗୁରୁକୁଳ ଠାରେ ବିଦ୍ୟାଳୟର ୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯାଇ ଉତ୍ସବ ର ଶୁଭାରମ୍ଭ କରାଯାଇଥିଲା l ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କୋଟପାଡ଼ ବିଧାୟକ ଶ୍ରୀ ରୁପୁ ଭତରା ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ କୋଟପାଡ଼ ଏନଏସି ଅଧକ୍ଷ ଏମ. ଶଙ୍କର ରାଓ, କୋଟପାଡ଼ କଲେଜ ର ଅବସର ପ୍ରାପ୍ତ ପ୍ରିନସିପାଲ ହେମଲତା ଆଚାର୍ଯ୍ୟ, କୋଟପାଡ଼ ମେଡିକାଲରେ କାର୍ଯ୍ୟରତ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ ଦାସ, ବିଦ୍ୟାଳୟର ମୁଖ୍ୟ ଯୋଗେଶ୍ୱର ପଣ୍ଡିତ ଦାସ ପ୍ରମୁଖ ଯୋଗ ଦେଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l ଅତିଥି ମାନଙ୍କ ଦ୍ୱାରା ବହୁମୂଲ୍ୟ ବକ୍ତବ୍ୟ ପରେ ବିଦ୍ୟାଳୟର ପ୍ରିନସିପାଲ ସୁଶ୍ରୀ ଧନିଷ୍ଟା ଦେବୀ ଦାସୀ ବାର୍ଷିକ ବିବରଣୀ ପାଠ କରିଥିଲେ ଓ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା l ପରେ ପରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷୟତ୍ରୀ ପ୍ରିୟଙ୍କା ପାତ୍ର ଓ ଶିକ୍ଷୟତ୍ରୀ ଦୀପିକା ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମର ସଫଳତା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ l
