
ବସ୍ତା (ସେଖ ଆଜାରୁଦ୍ଦିନ) : ବସ୍ତା ଥାନା ଗାନ୍ଧିଛକ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ କ୍ରମେ ଖାଦ୍ୟ ସୁରକ୍ଷା ଅଫିସର ଶଶିକାନ୍ତ ସଦଳବଳେ ଗାନ୍ଧିଛକରେ ଥିବା ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଓ ରାସ୍ତା ପାର୍ଶରେ ବିକ୍ରି ହେଉଥିବା ଫାଷ୍ଟଫୁଡ ଦୋକାନ ଉପରେ ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ କରିଥିଲା ବେଳେ କେମିକାଲ ରଙ୍ଗ ହୋଇଥିବା ଖାଦ୍ୟ ସାମଗ୍ରୀ କୁ ଫିଙ୍ଗି ନଷ୍ଟ କରିଥିଲେ । ହୋଟେଲ ଓ ଦୋକାନ ଗୁଡିକ ରେ ଅପରିଷ୍କାର, ପେପର ବ୍ୟବହାର, ପୁଡା ତେଲ, ପିଇବା ପାଣି, ବାସିଖାଦ୍ୟ, ଖାଦ୍ୟ ରେ ରଙ୍ଗ ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ ଅଧିକାରୀମାନେ। ତେବେ ଅଚାନକ ଖାଦ୍ୟ ସୁରକ୍ଷା ଅଧିକାରୀ ଙ୍କ ଚଢ଼ାଉ ରେ ବହୁ ଦୋକାନୀ ଦୋକାନ ବନ୍ଦ କରି ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ଅଧିକାରୀମାନେ ରେ ଚଢ଼ାଉ କରୁଥିବାରୁ ସମସ୍ତ ଦୋକାନୀଙ୍କୁ ସାତ ଦିନର ନୋଟିସ ଦେଇଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ ଶଶିକାନ୍ତ ବେହେରା।