ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀ ଙ୍କୁ ସମ୍ମାନ l
ରଘୁନାଥପୁର(ନି.ପ୍ର): ନିଖିଳ ଉତ୍କଳ ମାଧ୍ୟମିକ ଶିକ୍ଷକ ସଂଘ, ରଘୁନାଥପୁର ମଣ୍ଡଳ ପକ୍ଷରୁ ରଘୁନାଥପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀ ଙ୍କୁ ସମ୍ମାନିତ କରାଯାଇଛି l ଏହି କାର୍ଯ୍ୟକ୍ରମ ଟି ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ରାଉତ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ମଧୁସ୍ମିତା ପତି, ମୁଖ୍ୟ ବକ୍ତା ଭାବେ ରେଢ଼ୁଆ ସ୍ଥିତ ବି ସି ମହାବିଦ୍ୟାଳୟ ପ୍ରାକ୍ତନ ଅଧକ୍ଷ ରମା ରଞ୍ଜନ ସ୍ୱାଇଁ, ଶିକ୍ଷା ମଣ୍ଡଳ ଉଚ୍ଚ ଶିକ୍ଷା ଅଧିକାରୀ ଆଶୁତୋଷ ବାନାର୍ଜୀ, ସମାନିତ ଅତିଥି ଭାବେ ରଘୁନାଥପୁର ପ୍ରାକ୍ତନ ବି ଇ ଓ ବିଜୟ କୁମାର ସ୍ୱାଇଁ, ପ୍ରାକ୍ତନ ଏ ବି ଇ ଓ ମେନକା ମହାପାତ୍ର, ପ୍ରାକ୍ତନ ଏ ବି ଇ ଓ ରାମ ଚନ୍ଦ୍ର ସ୍ୱାଇଁ, ଶରତ ଚନ୍ଦ୍ର ରାଉତରାୟ, ସବିତା ଦାସ, ଜାକିର ହୁସେନ, ଜୟ ପ୍ରକାଶ ପଣ୍ଡା ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ବାବାଜୀ ଚରଣ ସାହୁ ପ୍ରମୁଖ ଯୋଗଦେଇ ବ୍ରାହ୍ମଚାରୀ ସାର ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଯଜ୍ଞବଳକ ମିଶ୍ର ସ୍ୱାଗତ ଭାଷଣ ଦେବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଏହି ସମାନିତ ସଭାରେ ବହୁ ପ୍ରାକ୍ତନ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ବି ଉତ୍ତରୀୟ, ମାନପତ୍ର ଦିଆଯିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା l ସେଥି ମଧ୍ୟରୁ ପ୍ରମୋଦ କୁମାର ମିଶ୍ର, ମିନତିପ୍ରଭା ରାଉତରାୟ ଓ ବିରୁପାକ୍ଷ ସେଠୀ ପ୍ରମୁଖ ଥିବା ବେଳେ ଚଳିତ ବର୍ଷ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଅଦ୍ୱୈତ ପ୍ରସାଦ ବସ୍ତିଆ, ଅଜୟ କୁମାର ସାହୁ, ପ୍ରତ୍ୟୁଷ ମହାରଣା, ପୁଷ୍ପଲତା ସ୍ୱାଇଁ, ପ୍ରମିଳା ମହାପାତ୍ର, ହେଲେନା ମହାନ୍ତି, କଳ୍ପନା ମହାନ୍ତି, ସୁକାନ୍ତି ଦାସ, ବବି ଦାସ, ଶୈଳସୁତା ଦେଇ ଓ ମିନତୀ ଦଳାଇଙ୍କୁ ଵି ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ସବୁର ମୁଖ୍ୟ ବିନ୍ଧାଣି ତଥା ପରଦା ପଛର ନାୟକ ଥିବା ପ୍ରଧାନ ଶିକ୍ଷକ ନିର୍ମଳେନ୍ଦୁ ସୋମ ଙ୍କୁ ଭୁୟସୀ ପ୍ରଶଂସା କରଯାଇଥିବା ବେଳେ ଗୋପାଳପୁର ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୁକାନ୍ତ ଦ୍ବିବେଦୀ ଙ୍କୁ ଅକୁଣ୍ଠ ପ୍ରଶଂସା କରାଯାଇ ଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ ର ପରିଚାଳନା କରିବାରେ ସନ୍ତୋଷ କୁମାର ଦଳାଇ, ସୋନା ମହାନ୍ତି, କୁଶ ମଲ୍ଲିକ ଓ ଭାସ୍କର ଚନ୍ଦ୍ର ମୁଦୁଲି ପ୍ରମୁଖ ଙ୍କ ଯଥେଷ୍ଟ ଅବଦାନ ଥିଲା l
